ETV Bharat / state

ଦେଶୀ ମଦ ସହ ବାଇକକୁ ମାଡି ବସିଲା ପୋଲିସ, 4 ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Dec 25, 2021, 8:02 PM IST

ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷର ରାଣୀପଡା ଛକରେ ଚଢ଼ାଉ । ୧୮୦ ଲିଟର ଦେଶୀ ମଦ ସହିତ ବାଇକ ଜବତ । ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ । ଅଧିକ ପଢନ୍ତୁ

୧୮୦ ଲିଟର ଦେଶୀ ମଦ ସହ ବାଇକ ଜବତ: 4 ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ

ଯାଜପୁର: ରାଜ୍ୟରେ ଦିନକୁ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷରୁ ରାଣୀପଡା ଛକରେ ଚଢ଼ାଉ । ୧୮୦ ଲିଟର ଦେଶୀ ମଦ ସହିତ ବାଇକ ଜବତ କରାଯାଇଛି । ଏ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ରାଣୀପଡା ଛକ ଦେଇ ୩ଟି ବାଇକରେ ଦେଶୀ ମଦ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇଥଲା ଅବକାରୀ ବିଭାଗ ।

ଅବକାରୀ ବିଭାଗର ଏକ ଟିମ ଯାଜପୁର ରୋଡ ଥାନା ରାଣୀପଡା ଛକରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ସୋଲେଇ ଗାଁର ଅନୀଲ ବେହେରା, ରାଣୀପଡା ଗାଁର ହୁର୍ସିକେଶ ନନ୍ଦି, ନୂଆଗାଁର ଟୁକୁନା ମଳିକ ଓ ବଳରାମ ମଳିକକୁ ଗିରଫ କରିଥିଲା ଅବକାରୀ ବିଭାଗ । ଶୁକ୍ରବାର ଅଭିଯୁକ୍ତଙ୍କୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.