ETV Bharat / state

ସୁକିନ୍ଦାରେ ହେବ 3 ଲକ୍ଷ ଔଷଧୀୟ ବୃକ୍ଷ ରୋପଣ

author img

By

Published : Jul 2, 2020, 6:23 PM IST

Updated : Jul 2, 2020, 6:35 PM IST

ଯାଜପୁରର ଆମ୍ପୋଳବା ଠାରେ ଏକ ବିସ୍ତୃତ ଅଞ୍ଚଳରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ମଧ୍ୟ ସାମିଲ ଥିଲେ ।

ସୁକିନ୍ଦାରେ ହେବ 3 ଲକ୍ଷ ଔଷଧୀୟ ବୃକ୍ଷ ରୋପଣ
ସୁକିନ୍ଦାରେ ହେବ 3 ଲକ୍ଷ ଔଷଧୀୟ ବୃକ୍ଷ ରୋପଣ

ଯାଜପୁର: ସୁକିନ୍ଦା ବ୍ଲକ ଆମ୍ପୋଳବା ଠାରେ ଏକ ବିସ୍ତୃତ ଅଞ୍ଚଳରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପ୍ରଥମଥର ପାଇଁ ବନବିଭାଗ ଦ୍ବାରା ଏଠାରେ ଏକ ବିସ୍ତୃତ ଅଞ୍ଚଳରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି ।

ତେବେ ଆସନ୍ତା 10ଦିନ ମଧ୍ୟରେ 3ଲକ୍ଷରୁ ଉର୍ଦ୍ଧ ବୃକ୍ଷଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ସାମିଲ ଥିଲେ । ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ବନବିଭାଗର କର୍ମଚାରୀଙ୍କ ସହ ମିଶି ବିଧାୟକ ମଧ୍ୟ ବୃକ୍ଷରୋପଣ କରିଥିଲେ । ବନବିଭାଗ ସହଯୋଗରେ ଏଠାରେ ଏକ ଔଷଧୀୟ ଉଦ୍ୟାନ ନିର୍ମାଣ କରାଯିବ ବୋଲି ବିଧାୟକ କହିଛନ୍ତି ।

ସୁକିନ୍ଦାରେ ହେବ 3 ଲକ୍ଷ ଔଷଧୀୟ ବୃକ୍ଷ ରୋପଣ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 2, 2020, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.