ETV Bharat / state

ବେଆଇନ କଳାପଥର ପରିବହନ କରି 25 ହାଇୱା ଓ ଟ୍ରକ ଜବତ

ଧର୍ମଶାଳା ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଜବତ ହୋଇଛି 25 ହାଇୱା ଓ ଟ୍ରକ । ବେଆଇନ ଭାବେ କଳାପଥର ପରିବହନ କରୁଥିବା ଏହି ଗାଡିକୁ ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

author img

By

Published : Jun 4, 2019, 11:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଧର୍ମଶାଳା ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଜବତ ହୋଇଛି 25 ହାଇୱା ଓ ଟ୍ରକ । ବେଆଇନ ଭାବେ କଳାପଥର ପରିବହନ କରୁଥିବା ଏହି ଗାଡିକୁ ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳର ବିଭିନ୍ନ ବେଆଇନ ଖାଦାନରୁ ମାଫିଆମାନେ କଳାପଥର ଉତ୍ତୋଳନ କରି ଅନ୍ୟତ୍ର ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ ତହସିଲ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରାଯାଉଥିବା ବେଳେ ଅନେକ ସମୟରେ ମାଫିଆମାନେ ଚକମା ଦେଇ ଖସିଯାଇଥାନ୍ତି । ହେଲେ ସୋମବାର ଧର୍ମଶାଳା ତହସିଲଦାର ଧର୍ମଶାଳା ଓ ଜେନାପୁର ପୋଲିସ ସହାୟତାରେ ଜାତୀୟ ରାଜପଥର ଚଢେଇଧରା, ବରଡା, ଆରୁହା, ଶୁଭଦ୍ରାପୁରଠାରେ ପରିବହନ ହେଉଥିବା ଗାଡିଗୁଡିକୁ ଯାଞ୍ଚ କରାଯାଇଥିଲା ।

ଏଥିରେ ବେଆଇନ ଭାବେ ପରିବହନ ହେଉଥିବା ଗାଡିଗୁଡିକୁ ଜବତ କରି ବିଭିନ୍ନ ଥାନାରେ ରଖାଯାଇଛି । ଏହି ଗାଡିଗୁଡିକରୁ ଜୋରିମାନା ଆଦାୟ କରାଯାଇ ଛଡାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.