ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ଜହ୍ନ ଗାଁରେ ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା । ସୂଚନା ଅନୁଯାୟୀ ମୃତକ ଜଣକ 23 ବର୍ଷୀୟ କୁନୁମୁନୁ ଦାସ ।
ଗୁରୁବାର ସନ୍ଧ୍ୟାରେ ଘରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ବେଳେ କୁନୁମୁନୁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେପଟେ ଘର ଲୋକ ଜାଣିବା ପରେ ତାଙ୍କୁ ତୁରନ୍ତ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ଯାଜପୁରରୁ ଜ୍ଞନ ରଞ୍ଜନ ଓଝା, ଇଟିଭି ଭାରତ