ETV Bharat / state

ରାସ୍ତା ଅତିକ୍ରମ ବେଳେ ଦୁର୍ଘଟଣାରେ 2 ଭାଲୁ ମୃତ

ଯାଜପୁରରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ 2ଟି ଭାଲୁ । ରାସ୍ତା ଅତିକ୍ରମ କରିବା ସମୟରେ 215ନଂ ଜାତୀୟ ରାଜପଥରେ ଦୁଇ ଭାଲୁଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।

author img

By

Published : May 21, 2019, 11:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ଯାଜପୁରରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ 2 ଭାଲୁ । ଯାଜପୁର ବନଖଣ୍ଡ ଅଧିନସ୍ଥ ରଗଡି ପଲିଟେକ୍ନିକ୍ ନିକଟରେ କୌଣସି ଅଜଣା ଗାଡି ଧକ୍କାରେ ଏହି ଭାଲୁ ଦୁଇଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ନିକଟସ୍ଥ କୋରାବନ୍ଦୀ କାଜୁ ଜଙ୍ଗଲରୁ ମୃତ ମା’ ଓ ଛୁଆ ଭାଲୁ ଦୁହେଁ ଖାଦ୍ୟ ଅନ୍ବେଷଣରେ ଯାଇ ପଛିକୋଟ ଜଙ୍ଗଲକୁ ଫେରିବା ବାଟରେ 215ନଂ ଜାତୀୟ ରାଜପଥରେ ଏକ ଟ୍ରକ୍ ମାଡିଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର
ତେବେ ରାଜପଥରେ ରାସ୍ତା ଅତିକ୍ରମ ପାଇଁ କୌଣସି ଅଣ୍ଡରଗ୍ରାଉଣ୍ଡ ପ୍ୟାସେଜ୍ ନଥିବାରୁ ବାରମ୍ବାର ଏହି ରାଜପଥରେ ବନ୍ୟପ୍ରାଣୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି ।

ଏହି ଅଞ୍ଚଳରେ ଭାଲୁ, କୁଟୁରା ଓ ହରିଣ ଆଦି ବନ୍ୟଜନ୍ତୁ ମାନେ ବିଚରଣ କରୁଥିବାରୁ ଜାତୀୟ ରାଜପଥରେ ଗଳିପୋଲ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଆସିଛନ୍ତି । ସେପଟେ ରାଜପଥ ସମ୍ପ୍ରସାରଣ ସମୟରେ ବନବିଭାଗ ପକ୍ଷରୁ ମଧ୍ୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ବି କର୍ତ୍ତୃପକ୍ଷ ଅଦ୍ୟାବଧି ଏ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।

ତେବେ କର୍ତ୍ତୃପକ୍ଷ କୌଣସି ଆଶୁ ପଦକ୍ଷେପ ନନେଲେ ସମ୍ପୃକ୍ତ ବିଭାଗ ନାଁରେ ମାମଲା ରୁଜୁ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ସେପଟେ ଆଜି ସକାଳେ ବନବିଭାଗ ଦ୍ବାରା ଉଭୟ ମା’ ଓ ଛୁଆ ଭାଲୁର ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀଧନ ଚିକିତ୍ସାଳୟକୁ ଅଣାଯାଇଛି । ଏଥିସହିତ ବିଭାଗୀୟ ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ଘଟଣାର ଅନୁସନ୍ଧାନ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

dgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.