ETV Bharat / state

ଯାଜପୁରରୁ ଉଦ୍ଧାର ହେଲା ନେପାଳ ନାବାଳକ - ଶିଶୁ ମଙ୍ଗଳ କମିଟି

ନେପାଳରୁ ଲୁଚି ପଳାଇ ଆସିଥିବା ଶିଶୁ ଜାତୀୟ ରାଜପଥରୁ ଉଦ୍ଧାର ହେବା ପରେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଗଲା । ଅଧିକ ପଢ଼ନ୍ତୁ...

12 year old minor, minor from nepal, minor from nepal rescued from jajpur, ଓଡ଼ିଶାରୁ ମିଳିଲା ନେପାଳ ନାବାଳକ, ନେପାଳ ନାବାଳକ, ଶିଶୁ ମଙ୍ଗଳ କମିଟି, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
ଓଡ଼ିଶାରୁ ମିଳିଲା ନେପାଳ ନାବାଳକ
author img

By

Published : Jun 22, 2021, 8:45 PM IST

ଯାଜପୁର: ସୁଦୂର ନେପାଳରୁ ପଳାଇ ଆସିଥିବା ନାବାଳକକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ନିକଟରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁ ନିଜ ନାଁ ବିଶାଲ ରାଣା ମଗର ବୋଲି କହିଛି ।

ପିଲାଟିର ଘର ନେପାଳ ଜାଲ ପୋଖରୀ ଗ୍ରାମରେ । ସେ ଧ୍ରୁବ ରାଣା ମଗର ଓ ସୀତାରାଣୀ ମଗରଙ୍କ ପୁଅ ବୋଲି ବୟାନ ଦେଇଛି । ସେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣା ପଡ଼ିଛି । ବିଶାଳର ବାପା ଧ୍ରୁବ ଗୁଜୁରାଟର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ସୂଚନା ରହିଛି । ଏକ ଟ୍ରଲର ଯୋଗେ ସେ ଗତ କିଛି ଦିନ ତଳୁ ନେପାଳରୁ ପଳାଇ ଆସିଛି ।

ଓଡ଼ିଶାରୁ ମିଳିଲା ନେପାଳ ନାବାଳକ

ସମ୍ପ୍ରତି ଲକଡାଉନ୍ ସମୟରେ ସେ କାମ ଧନ୍ଧା ନପାଇ ହତାଶ ଓ ନିରାଶ ହୋଇ ଏନ୍ଏଚ୍ କଡ଼ରେ ଯାଉଥିବା ବେଳେ ଜନୈକ ବ୍ୟବସାୟୀ ତାଙ୍କୁ ଗରୀଆପୁର ଛକରେ ଠାବ କରିଥିଲେ । ଏ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଖବର ଦିଆଯାଇଥିଲା । ନାବାଳକକୁ ଡିସିପିଓ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲେ । ଶିଶୁ ମଙ୍ଗଳ ଅଧ୍ୟକ୍ଷ ରିତା ବେହେରା ଏବଂ ସଦସ୍ୟ ମାନେ ପିଲାଟିକୁ ପଚରା ଉଚରା କରିବା ପରେ ଯାଜପୁର ବାଳାଶ୍ରମରେ ଅବସ୍ଥାପିତ କରିଛନ୍ତି । ବିଶାଲର ପରିବାର ସହ ଯୋଗାଯୋଗ କରିବା ପରେ ତାକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.