ETV Bharat / state

ପାଇଖାନା ପାଇଁ ଥାନାରେ ଯୁବକ, ନିସ୍ତୁକ ମାଡ଼ ମାରି ନର୍ଦ୍ଦମା ପାଣି ପିଇବାକୁ କହିଲା ପୋଲିସ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା SI ଅନିରୁଦ୍ଧ ନାୟକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଯୁବକଙ୍କୁ ନିସ୍ତୁକ ମାଡ ମାରି ନର୍ଦ୍ଦମା ପାଣି ପିଇବାକୁ କହିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲାଟିନ ପାଣି ପିଆଇଲା ପୋଲିସ

author img

By

Published : Jun 16, 2021, 10:49 PM IST

ଜଗତସିଂହପୁର: ତିର୍ତ୍ତୋଲ ଥାନା SI ଅନିରୁଦ୍ଧ ନାୟକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । କୃଷ୍ଣନନ୍ଦପୁର ଫାଣ୍ଡି ନୂଆଗାଁ ଗ୍ରାମର ରଶ୍ମିକାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କୁ ପୋଲିସ ନର୍ଦ୍ଦମା ପାଣି ପିଇବା ନେଇ କହିଥିବା SPଙ୍କ ନିକଟରେ ଅଭିଯୋଗ ହୋଇଛି ।

ପାଇଖାନା ପାଇଁ ଥାନାରେ ଯୁବକ, ନିସ୍ତୁକ ମାଡ଼ ମାରି ନର୍ଦ୍ଦମା ପାଣି ପିଇବାକୁ କହିଲା ପୋଲିସ

ଅଭିଯୋଗ ଅନୁସାରେ, କୃଷନନ୍ଦପୁର ନୂଆଗାଁ ଅଞ୍ଚଳର ରଶ୍ମିକାନ୍ତ ସାହୁ ଓ ସେହି ଗାଁର ଧରଣୀଧର ସାହୁଙ୍କ ମଧ୍ୟରେ ଏକ ଲାଟିନ ନିର୍ମାଣକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା । ଏହି ଘଟଣାକୁ ନେଇ ରଶ୍ମିକାନ୍ତ ଓ ତାଙ୍କ ମା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ । ତେବେ SI ଅନିରୁଦ୍ଧଙ୍କ ଡ଼ାକରାରେ ରଶ୍ମିକାନ୍ତ 12 ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲେ । ଏଥିରେ ଏସଆଇ ଜଣଙ୍କ ଉତକ୍ଷିପ୍ତ ହୋଇ ରଶ୍ମିକାନ୍ତଙ୍କୁ ଚାପୁଡ଼ା ମାରିବା ସହ ସିସିଟିଭି କ୍ୟାମେରା ଆଢୁଆଳରେ ଚାରି ଜଣ ପୋଲିସ କର୍ମଚାରୀ ମିଶି ତଳେ ପକାଇ ଚଢିଯିବା ସହ ପ୍ଲାଷ୍ଟିକ ପାଇପରେ ନିର୍ଦ୍ଧୁମ ମାଡ ମାରିଥିଲେ ।

ଏଥିରେ ରଶ୍ମିକାନ୍ତ ଚେତାଶୂନ୍ୟ ହୋଇ ପଡ଼ିଥିଲେ । କିଛି ସମୟ ପରେ ଚେତା ଫେରି ପାଣି ମାଗିବାରୁ ତାଙ୍କୁ ଲାଟିନ ପାଣି ପିଇବାକୁ କହିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ଆମେ ସମ୍ପୃକ୍ତ ଏସଆଇଙ୍କୁ ପଚାରିବାରୁ ସେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.