ETV Bharat / state

ମହିଳା ସରପଞ୍ଚଙ୍କ ସାଙ୍ଘାତିକ ଅଭିଯୋଗ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ

author img

By

Published : Mar 10, 2021, 8:36 PM IST

ମହିଳା ସରପଞ୍ଚ ବୋଲି ତାଙ୍କ ପଞ୍ଚାୟତକୁ ଅଣଦେଖା କରାଯାଉ ଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତର ମହିଳା ସରପଞ୍ଚ ରୁକ୍ସନା ବେଗମ । ଅଧିକ ପଢନ୍ତୁ...

ମହିଳା ସରପଞ୍ଚ ବୋଲି ତାଙ୍କ ପଞ୍ଚାୟତକୁ ଅଣଦେଖା କରାଯାଉଛି ; ରୁକ୍ସନା ବେଗମ

ଜଗତସିଂହପୁର : ରାଜ୍ୟ ସରକାର ମହିଳା ସଶସ୍ତ୍ରୀ କରଣ ଉପରେ ଗୁରୁତ୍ୱ ଆରୋପ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହିଳା ସରପଞ୍ଚ ବୋଲି ତାଙ୍କ ପଞ୍ଚାୟତକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତର ମହିଳା ସରପଞ୍ଚ ରୁକ୍ସନା ବେଗମ ।

ରୁକ୍ସନା ଅଭିଯୋଗ କରିଛନ୍ତି ଯେ, ସେ ଜଣେ ମହିଳା ବୋଲି ତାଙ୍କୁ ଓ ତାଙ୍କ ପଞ୍ଚାୟତକୁ ଅଣଦେଖା କରାଯାଉଛି । କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ନାହିଁ । ବିଭିନ୍ନ ଆଳ ଦେଖାଇ ସରକାରୀ ଅଧିକାରୀ ମାନେ ତାଙ୍କ କଥା ଶୁଣୁ ନାହାନ୍ତି । ଫଳରେ ସେ ବାରମ୍ବାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ପଞ୍ଚାୟତରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ସୋଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ ଆଦିରେ ଜାଣି ଶୁଣି ବିଳମ୍ବ କରାଯାଉଥିବା ସେ କହିଛନ୍ତି ।

ଏହାକୁ ନେଇ ସେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସମ୍ପର୍କରେ ଜାଣିବା ପରେ ମହିଳା ସରପଞ୍ଚ ରୁକ୍ସନାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.