ETV Bharat / state

ବାଲିକୁଦାରେ ଯୌତୁକ ପାଇଁ ବଧୂହତ୍ୟା !

ଯୌତୁକ ପାଇଁ ମହିଳାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

author img

By

Published : Nov 2, 2021, 2:13 PM IST

ବାଲିକୁଦାରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ
ବାଲିକୁଦାରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗବାଲିକୁଦାରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଜଗତସିଂହପୁର: ପୁଣି ଯୌତୁକ ପାଇଁ ବଧୂହତ୍ୟା । ଯୌତୁକ ଦାବି କରି ବଧୂହତ୍ୟା ହୋଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ରାଜେଶ୍ୱରୀ ମନ୍ତ୍ରୀ ।

ବାଲିକୁଦାରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ ଥାଇଲୋ ପଞ୍ଚାୟତର ଅରିଲ ଗ୍ରାମର ନାଥ ସ୍ୱାଇଁଙ୍କ ଝିଅ ରାଜେଶ୍ୱରୀ ଚାରିବର୍ଷ ତଳେ ତ୍ରିତୋଲ ଥାନାର ଯଦୁମଣି ମନ୍ତ୍ରୀଙ୍କ ପୁଅ ସଞ୍ଜୟଙ୍କୁ ବିବାହ କରିଥିଲେ । ତେବେ ବିବାହ ସମୟରେ ଯୌତୁକ ବାବଦରେ 5ଲକ୍ଷ ଟଙ୍କାର ଆସବାବପତ୍ର ଓ ସୁନା ଗହଣା ଦେଇଥିଲେ ଝିଅ ଘର ପରିବାର ଲୋକେ। ତେବେ ଆଜି ସକାଳୁ ସନ୍ଧେହ ଜନକ ଅବସ୍ଥାରେ ରାଜେଶ୍ବରୀଙ୍କ ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ରାଜେଶ୍ବରୀଙ୍କ ବାପା । ଏନେଇ ପୋଲିସ ମହିଳାଙ୍କ ସ୍ବାମୀ ସଞ୍ଜୟ ଓ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକରଖି ପଚରାଉଚରା କରୁଥିବା ଜମାପଡିଛି । ତେବେ ମହିଳାଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.