ETV Bharat / state

ପାରାଦ୍ୱୀପ ADMଙ୍କ କାର୍ଯ୍ୟାଳୟ ଆଗରେ ପିଲାକୁ ଶୁଆଇ ମହିଳାଙ୍କ ହୋହଲ୍ଲା, ଦେଲେ ଆତ୍ମହତ୍ୟା ଧମକ

author img

By

Published : Jul 25, 2023, 9:14 PM IST

ପାରାଦ୍ବୀପ ADMଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ହାଇଡ୍ରାମା । ୨ ଦିବ୍ୟାଙ୍ଗ ପିଲାଙ୍କୁ ବସାଇ ଧାରଣାରେ ବସିବା ସହ ବିଷ ପିଇବା ପାଇଁ ଦେଲେ ଧମକ । ଅଧିକ ପଢନ୍ତୁ

Etv Bharat
Etv Bharat

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଅତିରିକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା । ଉକ୍ତ ମହିଳା ଜଣକ ତାଙ୍କ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ଧରି ଧାରଣାରେ ବସିବା ସହିତ କାର୍ଯ୍ୟାଳୟ ଭିତରେ ପଶି ହୋହଲ୍ଲା କରିଛନ୍ତି । ଏପରିକି ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ବିଷ ଦେଇ ଦେବା ସହ ନିଜେ ମଧ୍ୟ ବିଷ ଖାଇ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଖବର ପାଇ ପୋଲିସ ପାରାଦ୍ବୀପ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଛି ।

ମିଳିଥିବା ସୂଚନା ଅନୁସାରେ ପାରାଦ୍ବୀପ ଉପକଣ୍ଠ ଅଠର ବାଙ୍କୀ ଅଞ୍ଚଳରେ ଶିବ ଶଙ୍କର ନାୟକ ତାଙ୍କ ପତ୍ନୀ ନିରୂପମା ଓ ଦୁଇ ଭିନ୍ନକ୍ଷମ ପୁଅ ଅଛନ୍ତି । ଦୁଇ ପୁଅଙ୍କୁ ଚିକିତ୍ସା କରିବା ପାଇଁ ଉଭୟ ସ୍ବାମୀସ୍ତ୍ରୀ ବହୁ ମେଡିକାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ଏପରିକି ଦୁଇ ପୁଅଙ୍କ ଚିକିତ୍ସା ପାଇଁ ଯାହା ସମ୍ବଳ ଥିଲା ସବୁ ସରିଗଲା ପରେ ନିଜର ଭିଟାମାଟିକୁ ମଧ୍ୟ ବିକ୍ରି କରିଦେଇଥିଲେ । ହେଲେ ପୁଅ ଭଲ ହୋଇପାରିଲା ନାହିଁ। ମିଳିଥିବା ବିଜୁ ସ୍ବାସ୍ଥ୍ୟ କାର୍ଡରେ ଓଡ଼ିଶାରେ ଚିକିତ୍ସା ସମ୍ଭବ ହେଉଥିଲା ବେଳେ ଡାକ୍ତର ଏବେ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

ଏହା ବି ପଢନ୍ତୁ- ଜୁଆଆଡ୍ଡା ଚଢାଉକୁ ନେଇ ମହିଳାଙ୍କ ହାଇଡ୍ରାମା, ପୋଲିସ ସହ କଥା କଟାକଟି

ଫଳରେ ଶିବଙ୍କ ପାଖରେ ସମ୍ବଳ ଅଭାବ ହେତୁ ସେ ପିଲାମାନଙ୍କର ଚିକିତ୍ସା କରାଇପାରୁନଥିବା ଅଭିଯୋଗ କରିଛନ୍ତି । ଚିକିତ୍ସା ଅଭାବରୁ ୨ ଦିବ୍ୟାଙ୍ଗ ପିଲା ଯନ୍ତ୍ରଣାରେ ଛଟପଟ ହେଉଥିବା କହିଛନ୍ତି । ସରକାରୀ ସହାୟତା ପାଇଁ ବୁଲି ବୁଲି ନୟାନ୍ତ ହେବାପରେ ଆଜି ଉଭୟ ଶିବ ଓ ନିରୂପମା ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ଆଣି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଆଇ ହୋହଲ୍ଲା କରିଥିଲେ । ଏହି ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ମହିଳାଙ୍କ ସହ ଆଲୋଚନା କରିଥିଲେ ।

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଶିବ ଓ ନିରୂପମାଙ୍କର ଯେକୌଣସି ସମସ୍ୟା ରହିଛି ପ୍ରଶାସନ ପକ୍ଷରୁ ତାହାର ସମାଧାନ ଲାଗି ପଦକ୍ଷେପ ନିଆଯିବ । ସେମାନଙ୍କ ରହିବା ପାଇଁ ଘର ନଥିବାରୁ ପାରାଦ୍ବୀପ ପୋର୍ଟକୁ ଏକ ଘର ଦେବାକୁ ଅନୁରୋଧ କରାଯାଇଛି । ତାହା ଦିନେ ୨ ଦିନ ମଧ୍ୟରେ ସମାଧାନ ହୋଇଯିବ । ତେବେ ତାର ଦୁଇ ଦିବ୍ୟାଙ୍ଗ ପୁଅଙ୍କ ପାଇଁ ସରକାରୀ ମାଧ୍ୟମରେ ସାହାଯ୍ୟ କରାଯାଇପାରିବ ସେସବୁକୁ ତାଙ୍କୁ ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.