ETV Bharat / state

ମାଛଗାଁ କେନାଲରେ 40 ଫୁଟର ଘାଇ, ବୁଡିଲା ଜଗତସିଂହପୁର-କଟକ ରାସ୍ତା - ଘାଇ ସୃଷ୍ଟି ଫଳରେ ରାସ୍ତାରେ ପାଣି

ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଛଗାଁ କେନାଲରେ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଦୋକାନରେ ପାଣି ପିଶିଛି । 55 ନମ୍ବର ଜାତୀୟ ରାଜପଥରେ ପାଣି । ଅଧିକ ପଢନ୍ତୁ

ମାଛଗାଁ କେନାଲରେ 40ଫୁଟର ଘାଇ
Water flowing on Jagatsinghpur Cuttack main road
author img

By

Published : Jul 16, 2023, 12:43 PM IST

ମାଛଗାଁ କେନାଲରେ 40ଫୁଟର ଘାଇ

ଜଗତସିଂହପୁର: ରାସ୍ତାରେ ଆଣ୍ଠୁଏ ପାଣି ଚାଲୁଛି । ଦୋକାନ ଘରେ ପାଣି ପଶିଛି । ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଛଗାଁ କେନାଲରେ ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଥିବାରୁ ଜଗତସିଂହପୁର ଓ କଟକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚ ପାଣି ଚାଲୁଛି । ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶି ଯାଇଛି । ଫଳରେ ଗାଡି ଚଳାଚଳ ଓ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦଳେଇ ଘାଇ ନିକଟରେ 15 ଫୁଟ ଓ ତରିକୁନ୍ଦ ନିକଟରେ 25ଫୁଟର ଘାଇ ସୃ୍ଷ୍ଟି ହୋଇଛି । ପାଣି ବଢି ବଢି ଚାଲିଛି ।

ଅଧିକ ପରିମାଣର ବର୍ଷା ହୋଇନାହିଁ କି ବନ୍ଧ ଭାଙ୍ଗିଲା ଭଳି ପରିସ୍ଥିତି ହୋଇନାହିଁ ମାତ୍ର ଏପରି ଘାଇ ସୃଷ୍ଟି ହୋଇ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ସୁଅ ଚାଲିବା ସମସ୍ତଙ୍କୁ ଚକିତ କରିଛି । ଘାଇ ସୃଷ୍ଟି ହୋଇ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ତରିକୁନ୍ଦ ବଜାରରେ ଥିବା ଦୋକାନ ଗୁଡିକରେ ପାଣି ପଶିଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହେବା ସହିତ 55 ନମ୍ବର ଜାତୀୟ ରାଜପଥରେ ପାଣି ଲହଡି ମାରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି (ଶନିବାର) ବିଳମ୍ବିତ ରାତିରେ ମାଛଗାଁ କେନାଲରେ ଅଚାନକ ପାଣି ଛାଡି ଦିଆଯାଇଥିଲା । ହଠାତ ପାଣି ଆସିଯିବା ଫଳରେ ମାଛ ଗାଁ ନିକଟରେ 40 ଫୁଟର ସୃଷ୍ଟି ହୋଇଥିଲା । ଫଳରେ ଶତାଧିକ ଘରେ ପାଣି ପଶି ଯିବା ସହିତ ବିଭିନ୍ନ ଦୋକାନରେ ଥିବା ଜିନିଷ ଭାସି ଯାଇଛି ।

ତରିକୁନ୍ଦ ଅଞ୍ଚଳର ଜଣେ ବାସିନ୍ଦା ସରୋଜ ମହାନ୍ତି କହିଛନ୍ତି,''ଗତକାଲି ମାଛ ଗାଁ କେନାଲ ମଧ୍ୟରେ ହଠାତ୍ ପାଣି ଛାଡ଼ିଦିଆଗଲା । ଫଳରେ ଘାଇ ସୃଷ୍ଟି ହୋଇଛି । ତାଙ୍କ ବିସ୍କୁଟ ଗୋଦାମରେ ପାଣି ପଶି 3 ଲକ୍ଷ ଟଙ୍କାର ବିସ୍କୁଟ ଭାସି ଯାଇଛି । ପୂର୍ବରୁ କେନାଲ ମଧ୍ୟରେ ପାଣି ଧୀରେ ଧୀରେ ଛଡ଼ା ଯାଇଥାଏ । ବର୍ଷ ସାରା କେନାଲରେ ପାଣି ନଥିବା ବେଳେ ହଠାତ ପାଣି ଛାଡିବା ଫଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତରିକୁନ୍ଦ ବଜାରରେ ଥିବା ଅନେକ ଦୋକାନୀ ସର୍ବସାନ୍ତ ହୋଇଛନ୍ତି ।''

ଏହା ବି ପଢନ୍ତୁ...Himachal Flood: ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 70 ହଜାର ପର୍ଯ୍ୟଟକ କହିଲେ ମୁଖ୍ୟମନ୍ତ୍ରୀ

ରାତିରେ ପାଣି ମାଡ଼ି ଆସିବା ଦେଖି ସ୍ଥାନୀୟ ଲୋକେ ଦମକଳ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଦମକଳବାହିନୀ ଓ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । 55 ନମ୍ବର ଜାତୀୟ ରାଜପଥରେ ପାଣି ଚାଲୁଥିବାରୁ ରାସ୍ତାକୁ ବନ୍ଦ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଉତ୍ତେଜନା ପ୍ରକାଶ ପାଇଥିଲା । ଦଳେଇଘାଇ ନିକଟରେ ଘାଇ ସୃଷ୍ଟି ହେବାରୁ ଅନେକ ଚାଷଜମି ଜଳମଗ୍ନ ହୋଇଥିବା ଖବର ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.