ଜଗତସିଂହପୁର: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତୀକ୍ଷା ଗୃହ ଉଦଘାଟିତ । ଏହି ପ୍ରତୀକ୍ଷା ଗୃହକୁ ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ ।
ତେବେ ଏଣିକି ଆଉ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସୁଥିବା ଜନସାଧାରଣଙ୍କର ଅପେକ୍ଷା କରିବାରେ ଆଉ କୌଣସି ଅସୁବିଧା ହେବ ନାହିଁ । କାରଣ ଆଜି(ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତୀକ୍ଷା ଗୃହ ଉଦଘାଟନ କରାଯାଇଛି । ଉପବାଚସ୍ପତି ରଜନୀ କାନ୍ତ ସିଂ ପ୍ରତୀକ୍ଷା ଗୃହର ଉଦଘାଟନ କରି ଥିବାବେଳେ ଏହି ଗୃହରେ ଜଗତସିଂହପୁର ଜିଲ୍ଲାର ବରପୁତ୍ରମାନଙ୍କର ତୈଳଚିତ୍ର ପ୍ରଦର୍ଶିତ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ