ଜଗତସିଂହପୁର: ଜିଲ୍ଲାରେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା ।
ଆସନ୍ତା 16,11,2020 ଠାରୁ ସମଗ୍ର ଜିଲ୍ଲାରେ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି । 2021 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷ ହୋଇଥିବା ସମସ୍ତ ଯୁବକ-ଯୁବତୀ ଫର୍ମ 6 ରେ ଆବେଦନ କରିପାରିବେ । ଏଥିପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀ ନିଯୁକ୍ତ କରାଯାଇଛି । ସେମାନେ ଘରକୁ ଘର ବୁଲି ମୃତ, ସ୍ଥାନାନ୍ତରିତ ଓ ଦୋହରା ନାମ ସଂଯୁଗ ହୋଇଥିବା ଭୋଟରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମକୁ ବାଦ ଦେବାକୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ