ETV Bharat / state

ଜଗତସିଂହପୁରରେ 16ରେ ଆସନରେ ବିଜେଡିର ବାଜିମାତ, 10 ଆସନରେ ଗଣତି ଜାରି

author img

By

Published : Feb 28, 2022, 12:03 PM IST

ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ଅଧିକ ପଢ଼ନ୍ତୁ

vote counting of panchayat election in jagatsinghpur
ଜଗତସିଂହପୁରରେ 16ରେ ଆସନରେ ବିଜେଡି ବାଜିମାତ, 10 ଆସନର ଗଣତି ଜାରି

ଜଗତସିଂହପୁର: ତୃତୀୟ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ଜଗତସିଂହପୁର ଜିଲ୍ଲାର 10 ଆସନ ପାଇଁ ଭୋଟ ଗଣତି ଚାଲିଛି। ବିଶୃଙ୍ଖଳାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଜଗତସିଂହପୁର ବ୍ଲକର ଦୁଇଟି ଆସନ ପାଇଁ ଭୋଟ ଗଣତି କାର୍ଯ୍ୟ ଚାଲୁଛି। ଗତକାଲି 8ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଛି । ବିରିଡି ବ୍ଲକ 2ନଂ ଜୋନର ଚନ୍ଦ୍ର ଶେଖର ଦାସ, କୁଜଙ୍ଗ ବ୍ଲକ ରବି ନାରାୟଣ ସାହୁ, ରଘୁନାଥପୁର ବ୍ଲକ ଇତିଶ୍ରୀ ମଲ୍ଲିକ, ତ୍ରିତଲ ବ୍ଲକ ସୁଜାତା ମହାନ୍ତି, ବାଲିକୁଦା ବ୍ଲକ ଜଟାଧାରୀ ଦାସ ଏରସମା ବ୍ଲକର ରାନୀ ଟୁଡୁ, ଜଗତସିଂହପୁର ବ୍ଲକର କନକ ସ୍ବାଇଁ ଓ ନାଉଗାଁ ବ୍ଲକ ମମତା ପରିଡ଼ା ବିଜୟୀ ହୋଇଥିବା ଘୋଷଣା କରାଯାଇଛି। ଜିଲ୍ଲାର ମୋଟ 26ଟି ଆସନରୁ 16ଟି ଆସନରେ ବିଜେଡି ବାଜିମାତ କରିଥିବା ବେଳେ ଅନ୍ୟ 10ଟି ଆସନ ପାଇଁ ଭୋଟ ଗଣତି ଜାରି ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.