ETV Bharat / state

୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା

author img

By

Published : Oct 30, 2022, 6:42 PM IST

୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା। ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗ୍ରାମବାସୀ। ଅଧିକ ପଢ଼ନ୍ତୁ

୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା
୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା

ଜଗତସିଂହପୁର : ୧୧ ଦଫା ଦାବି ନେଇ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା । ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗ୍ରାମବାସୀ । ଗତ 28 ତାରିଖଠାରୁ ଏହି ଗଣଧାରଣା ଦିଆଯାଇଥିବା ବେଳେ ଆଜି ଏହି ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି ।

ଜଗତସିଂହପୁର ଜିଲ୍ଲା ଭଳି ଏକ ଆଗୁଆ ଜିଲ୍ଲାରେ ଏହି ଅଞ୍ଚଳକୁ ଅଣଦେଖା କରାଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ରେଢୁଆ ଗାଁକୁ ଯିବା ଆସିବା କରିବା ପାଇଁ ରାସ୍ତା ନାହିଁ । ଫଳରେ ଏଠାକାର ବାସିନ୍ଦା ଯାତାୟତ ସମୟରେ ନାନା ଅସୁବିଧା ଭୋଗୁଛନ୍ତି ।

ଜିଲ୍ଲା ସଦରମହକୁମାଠାରୁ ମାତ୍ର 10 କିଲୋମିଟର ଦୂର ହୋଇଥିବା ବେଳେ ଏହି ଗ୍ରାମକୁ ସଂଯୋଗ କରିବା ପକ୍କା ରାସ୍ତାଟିଏ ନାହିଁ । ତେଣୁ କୌଣସି ଜରୁରୀ କାମ ପଡ଼ିଲେ ଯିବାଆସିବା ସମୟରେ ଏଠିକାର ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି ।

ସେହିପରି ଏଠାରେ ସ୍ବାସ୍ଥ୍ୟ ସେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିଏ ରହିଛି । ହେଲେ ଡାକ୍ତର ରହୁନାହାଁନ୍ତି । ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ଏଠାରେ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଫଳରେ ରୋଗୀମାନେ ଚିକିତ୍ସା ନପାଇ ହନ୍ତସନ୍ତ ହେଉଛନ୍ତି । ଗର୍ଭବତୀମାନେ ବହୁ ସମୟରେ ହଇରାଣ ହୋଇ ଅକଥନୀୟ ଯନ୍ତ୍ରଣା ଭୋଗନ୍ତି ।

ଅନ୍ୟପକ୍ଷରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ପାଖରେ କଲେଜର ସୁବିଧା ନଥିବାରୁ ପିଲାମାନେ ଅଧା ପାଠପଢ଼ାରୁ ଡୋରି ବାନ୍ଧୁଛନ୍ତି । ଅଞ୍ଚଳରେ ଥିବା ଏକମାତ୍ର ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ +2 ବିଜ୍ଞାନ ପଢ଼ିବାର ସୁବିଧା ରହିଛି । ହେଲେ +3 ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ 15 କିଲୋମିଟର ଦୂରବାଟ ଯିବାକୁ ପଡୁଛି । ଯାହାକୁ ନେଇ ସମସ୍ୟାରେ ପଡୁଛନ୍ତି ଛାତ୍ରଛାତ୍ରୀ । ତେଣୁ ଏମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଜିଲ୍ଲାର ଏହି ଅଞ୍ଚଳଟି ଚାଷବନ୍ଦୀ ଅଞ୍ଚଳ । ହେଲେ ଚାଷୀମାନେ ଶାଗ ମାଛ ଦରରେ ନିଜର ଉତ୍ପାଦ ବିକ୍ରୟ କରନ୍ତି । ଏନେଇ ସରକାର ଓ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ପାରିନାହିଁ ।

ଏଭଳି ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି RDC ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଫଳରେ ଗ୍ରାମବାସୀ ବାଧ୍ୟ ହୋଇ RI ଅଫିସ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.