ETV Bharat / state

ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ - ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କଲା ଭିଜିଲାନ୍ସ ଟିମ । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି। ଅଧିକ ପଢନ୍ତୁ

ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମର ଚଢାଉ

author img

By

Published : Dec 27, 2022, 9:44 PM IST

ଜଗତସିଂହପୁର : ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଅଫିସରେ ମଧ୍ୟ ଛାନ ଭିନ କରାଯାଇଛି । ଏହା ସହିତ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ାଉ ଜାରି ରହିଛି । ସକାଳୁ ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ । ଦୁଇ ଡିଏସପିଙ୍କ ନେତୃତ୍ବରେ ୧୪ ଜଣ ଇନସ୍ପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ହୋଇଛନ୍ତି । ଅଫିସ, ପୈତୃକ ଘର ଓ ସମ୍ପର୍କୀୟଙ୍କ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ‌ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ଆକଳନ କରାଯାଇ ପାରିନାହିଁ ।

ମିଳିଥିବାସୂଚନା ଅନୁସାରେ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି (ମଙ୍ଗଳବାର) ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଏକା ସାଙ୍ଗରେ ଚଢାଉ ଚାଲିଛି । ଏହି ସବୁ ସ୍ଥାନରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ସହରର ଘୋଡଘାଟ ପଡ଼ାରେ ଚିତ୍ତରଞ୍ଜନ ପିଳାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଦଳ ବାସଭବନରେ ଚଢ଼ାଉ କରି ସମ୍ପତ୍ତିର ଆକଳନ କରୁଛନ୍ତି । ଚିତ୍ତରଞ୍ଜନ ଏହି ଘରଟିକୁ ଭଡାରେ ଦେଇଛନ୍ତି । ସେ ଜିଲ୍ଲାରେ କିରାଣୀ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିବା ଭିତରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ବିଭିନ୍ନ ସରକାରୀ କାର୍ଯ୍ୟକୁ ବେଆଇନ ଭାବେ ସମ୍ପାଦନ କରି ମୋଟା ଅଙ୍କ ରୋଜଗାର କରୁଥିଲେ ବୋଲି ସହରରେ ଚର୍ଚ୍ଚା ବି ହେଉଥିଲା । ସେ ବେଆଇନ ଭାବେ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଏକ ଦଶନ୍ଧି ତଳୁ ଅଭିଯୋଗ ହୋଇ ଆସୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ତେବେ ଭିଜିଲାନ୍ସ ବିଭାଗ ବେଆଇନ ସମ୍ପତ୍ତିର ଆବଶ୍ୟକ ସୂଚନା ପାଇବା ପରେ ଆଜି ଚିତ୍ତରଞ୍ଜନଙ୍କ ବାସଭବନ ସମେତ 9ଟି ସ୍ଥାନରେ ଚଢ଼ାଉ କରିଛି।

ଏପଟେ ଆୟଃ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଭୁବନେଶ୍ୱର ବାସଭବନ ସମେତ ବାଲେଶ୍ବର ସୁନହଟ ଫ୍ଲାଟ ଓ ବାଲିଆପାଳ ସ୍ଥିତ ନଇଘାଟିରେ ଭିଜିଲାନ୍ସ ଛାପା ମାରିଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ବେଳେ ଯାଞ୍ଚ ପକ୍ରିୟା ଜାରି ରହିଛି।ଏକସଙ୍ଗେ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି।

ଇଟିଭି ଭାରତ, ଜଗତସିଂହପୁର, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.