ETV Bharat / state

ଜଗତସିଂପୁର ଉପଜିଲ୍ଲାପାଳ ଗିରଫ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ - ଜଗତସିଂପୁର ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଳା

ଜଗତସିଂପୁର ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଳାଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚିତ୍ତରଞ୍ଜନଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

ଜଗତସିଂପୁର ଉପଜିଲ୍ଲାପାଳ ଗିରଫ
ଜଗତସିଂପୁର ଉପଜିଲ୍ଲାପାଳ ଗିରଫ
author img

By

Published : Dec 28, 2022, 10:35 PM IST

କଟକ/ଜଗତସିଂହପୁର: ଗିରଫ ହେଲେ ଜଗତସିଂପୁର ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଳାଙ୍କୁ ଗିରଫ କଲା ଭିଜିଲାନ୍ସ । ନିଜ ରୋଜଗାର ଠାରୁ ଉପଜିଲ୍ଲାପାଳଙ୍କର ସମ୍ପତ୍ତି ୧୯୧ ପ୍ରତିଶତ ଅଧିକ । ତାଙ୍କ ନାଁରେ ରହିଛି ୧୧ଟି ପ୍ଲଟ, ୫ଟି ଫ୍ଲାଟ, ଦୁଇଟି ଦୁଇ ମହଲା ଘର । ଚିତ୍ତରଞ୍ଜନଙ୍କ ପାଖରୁ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଠାବ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଡ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଗତକାଲି (ମଙ୍ଗଳବାର) ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ୍ କରିଥିଲେ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଳାଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକ୍ସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘରେ ଏକା ସାଙ୍ଗରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ସହରର ଘୋଡଘାଟ ପଡ଼ାରେ ଚିତ୍ତରଞ୍ଜନ ପିଳାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ଚିତ୍ତରଞ୍ଜନ ଏହି ଘରଟିକୁ ଭଡାରେ ଦେଇଥିବାବେଳେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଦଳ ବାସଭବନରେ ଚଢ଼ାଉ କରିଥିଲେ । ସେହିଭଳି ଚିତ୍ତରଞ୍ଜନଙ୍କ ଭୁବନେଶ୍ୱର ବାସଭବନ ସମେତ ବାଲେଶ୍ବର ସୁନହଟ ଫ୍ଲାଟ ଓ ବାଲିଆପାଳସ୍ଥିତ ନଇଘାଟିରେ ଭିଜିଲାନ୍ସ ଛାପା ମାରିଥିଲା । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ବେଳେ ଏସବୁ ଯାଞ୍ଚ କରିଥିଲା ବିଭାଗ ।

ଦୀର୍ଘ ଦିନରୁ ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ବିଭିନ୍ନ ସରକାରୀ କାର୍ଯ୍ୟକୁ ବେଆଇନ ଭାବେ ସମ୍ପାଦନ କରି ମୋଟା ଅଙ୍କ ରୋଜଗାର କରୁଥିଲେ ବୋଲି ଚର୍ଚ୍ଚା ବି ହେଉଥିଲା । ସେ ବେଆଇନ ଭାବେ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଏକ ଦଶନ୍ଧି ତଳୁ ଅଭିଯୋଗ ହୋଇ ଆସୁଥିବାବେଳେ ଭିଜିଲାନ୍ସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା । ତେବେ ଭିଜିଲାନ୍ସ ବିଭାଗ ବେଆଇନ ସମ୍ପତ୍ତିର ଆବଶ୍ୟକ ସୂଚନା ପାଇବା ପରେ ବୁଧବାର ଚିତ୍ତରଞ୍ଜନଙ୍କ ବାସଭବନ ସମେତ ୯ ଟି ସ୍ଥାନରେ ଚଢ଼ାଉ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.