ETV Bharat / state

ଆସୁନାହିଁ ଟିକା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଟିକା ଦାନ ବନ୍ଦ - ଜଗତସିଂହପୁର ଟିକାଦାନ ବନ୍ଦ

ଜଗତସିଂହପୁର ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ଟିକାଦାନ କେନ୍ଦ୍ରକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

ଆସୁନାହିଁ ଟିକା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଟିକାଦାନ ବନ୍ଦ

author img

By

Published : Apr 30, 2021, 7:31 AM IST

ଜଗତସିଂହପୁର: ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତେ କୋଭିଡ ଟିକା କେନ୍ଦ୍ର ବନ୍ଦ କରି ଦିଆଯାଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ଟିକାଦାନ କେନ୍ଦ୍ରକୁ ବନ୍ଦ ରଖାଯାଇଛି । ଜିଲ୍ଲାକୁ ଟିକା ଆସୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆସୁନାହିଁ ଟିକା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଟିକାଦାନ ବନ୍ଦ

କୋଭିଡ ଟିକା ନେବାପାଇଁ ହଜାର ହଜାର ଲୋକେ ନିଜର ନାମକୁ ପଞ୍ଜିକରଣ କରି ଭୋର 4 ଟାରୁ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ । ହେଲେ ଏହି ନିଷ୍ପତ୍ତି ଯୋଗୁଁ ପଞ୍ଜିକରଣ କରିଥିବା 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମାନେ ନିରାଶ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ କୋଭିଡ ଟିକା ଯୋଗାଣ ବନ୍ଦ ରହିଛି । ଫଳରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ପ୍ରତ୍ୟକ ଦିନ 4 ହଜାର ଲୋକଙ୍କୁ ଟୀକାକରଣ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାଠାରୁ ଢେର ଅଧିକ ଲୋକଙ୍କ ଭିଡ଼ ଜମିଥିଲା । ଫଳରେ ଗଚ୍ଛିତ ରହିଥିବା ଟିକାକୁ ସେମାନଙ୍କୁ ଦିଆଯାଇଥିଲା । ଏହାଫଳରେ ଟିକା ଭଣ୍ଡାରରେ ଟିକା ସଙ୍କଟ ଦେଖା ଯାଇଛି । ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଗଲେ ପୁଣି ଥରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.