ETV Bharat / state

ଅନନ୍ୟ ଖୁଦୁରୁକୁଣୀ ପୂଜା: ହଜାର ବର୍ଷର ପରମ୍ପରା ବାହକ କେନ୍ଦାଳ ଗ୍ରାମ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କେନ୍ଦାଳ ଗ୍ରାମରେ ମା ଖୁଦୁରୁକୁଣୀଙ୍କ ପୂଜା ପରମ୍ପରା ପ୍ରାୟ ହଜାର ବର୍ଷର । ଏହି ଗ୍ରାମରେ ବେଶ ନିଆରା ଭାବରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Sep 13, 2019, 8:25 AM IST

ଜଗତସିଂହପୁର: ସାଧବ ପରମ୍ପରାକୁ ନେଇ କୁମାରୀମାନେ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା କରାଯାଇଥାଏ । ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମଧ୍ୟ ଏହି ପୂଜା କରାଯାଇଥାଏ । ହେଲେ ସଦର ଥାନା ଅନ୍ତର୍ଗତ କେନ୍ଦାଳ ଗ୍ରାମରେ ମା ଖୁଦୁରୁକୁଣୀଙ୍କ ପୂଜା ପରମ୍ପରା ପ୍ରାୟ ହଜାର ବର୍ଷର । ଏହି ଗ୍ରାମରେ ବେଶ ନିଆରା ଭାବରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

କେନ୍ଦାଳ ଗ୍ରାମର କୁମାରୀ ଓ ସଧବା ମହିଳା ମାନଙ୍କ ଦ୍ଵାରା 4 ପାଳି ଓଷା ପରେ ମାଆଙ୍କ ମୃଣ୍ମୟୀ ମୃର୍ତ୍ତି ପୂଜା କରାଯାଏ । ମାଆଙ୍କୁ ବୈଦିକ ରୀତିରେ ପାଞ୍ଚ ଦିନ ଧରି ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯିବା ସହ କାଳିକା ନାଚ ପ୍ରଦର୍ଶିତ ହୋଇଥାଏ । ଏହି ଅଞ୍ଚଳରେ କାଳିକା ନାଚ କଳାକୁ ବେଶ ନିଖୁଣ ଭାବରେ ଗ୍ରାମବାସୀମାନେ ପ୍ରଦର୍ଶିତ କରିଥାନ୍ତି । ଯାହାକୁ ଦେଖିବାକୁ ପାଇଁ ଜିଲ୍ଲା ଭିତରୁ ଓ ବାହାରୁ ପ୍ରବଳ ଜନସମାଗମ ହୋଇଥାଏ ।

ପାଞ୍ଚ ଦିନ ପୂଜା ପାଇବା ପରେ ଗ୍ରାମରୁ ମା ବିଦାୟ ନେଇଥାନ୍ତି । ଏହି ମେଲାଣି ଉତ୍ସବରେ ସାମିଲ ହୋଇଥାନ୍ତି ପଚିଶଟି ମେଢ। । ଏହି ଅବସରରେ ଆଧୁନିକ ଓ ପାରମ୍ପରିକ ବାଦ୍ୟରେ ଦୁଲୁକି ଉଠେ ସମଗ୍ର ଅଞ୍ଚଳ । ବିରାଟ ଶୋଭାଯାତ୍ରାରେ ବାହାରିବା ସହ ଶେଷରେ ମାଆଙ୍କୁ ଅଳକା ନଦୀରେ ବିସର୍ଜିତ କରାଯାଇଥାଏ । ବ୍ୟାପକ ଜନଗହଳି ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ହଜାର ବର୍ଷର ପରମ୍ପରାକୁ ବହନ କରିଥିବା ଏହି ଖୁଦୁରୁକୁଣୀ ଯାତ୍ରା ବେଶ ଅନନ୍ୟ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:Anchar
ଜଗତସିଂହପୁର, ଜିଲା ନୁହେଁ ସମଗ୍ର ଓଡ଼ିଶାରେ ସାଧବ ପରମ୍ପରା କୁ ନେଇ କୁମାରୀମାନେ ଭାଇ ର ଶୁଭ ମାନସି ଭାଦ୍ରବ ମାସ ପ୍ରଥମ ରବିବାର ରୁ ଆରମ୍ଭ କରି ଶେଷ ଚାରି ପାଳି ରବିବାର ରେ ମା ଖୁଦୁରୁକୁଣୀ ଙ୍କ ପୂଜାକରନ୍ତି।ଏହା ଆମ ଓଡ଼ିଆ ସଂସ୍କୃତି ର ଅନ୍ୟତମ ପରମ୍ପରା। ସାତସାଧବପୁଅ ଙ୍କ ବିଦେଶ କୁ ବାଣିଜ୍ୟ ଓ ତପୋଇ କିମ୍ବଦନ୍ତୀ ଙ୍କୁ ନେଇ କେଉଁ ଅନାଦି କାଳରୁ ରହି ଆସିଛି ଏହି ପରମ୍ପରା
VO_1
ଜଗତସିଂହପୁର ଜିଲ୍ଲାରେ ଅହି ପରମ୍ପରା ର ବେଶ ପ୍ରସିଦ୍ଧି ରହିଛି ।ସଦର ଥାନା ଅନ୍ତର୍ଗତ କେନ୍ଦାଳ ଗ୍ରାମରେ ଏହି ଅନନ୍ୟ ପରମ୍ପରା ପ୍ରାୟ ହଜାର ବର୍ଷ ର, ଗ୍ରାମର କୁମାରୀ ଓ ସାଧବ ମହିଳା ମାନଙ୍କ ଦ୍ଵାରା 4 ପାଳି ଓଷା ପରେ ଆରମ୍ଭ ହୁଏ ମାଆ ଙ୍କ ମୃଣ୍ମୟୀ ମୃତି ପୂଜା।ମା ଙ୍କୁ ବୈଦିକ ରୀତିରେ ପାଞ୍ଚ ଦିନ ବ୍ୟାପି ବହୁ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯିବା ସହ କଳିକା ନାଚ ପଦର୍ଶିତ ହୋଇଥାଏ। ଏହି ଅଞ୍ଚଳରେ କଳିକା ନାଚ କଳାକୁ ବେଶ ନିଖୁଣ ଭାବରେ ଗ୍ରାମବାସୀ ମାନେ ପ୍ରଦର୍ଶିତ କରନ୍ତି।ଯାହାକୁ ଦେଖିବା ପାଇଁ ଜିଲା ଓ ଜିଲା ବାହାରୁ ପ୍ରବଳ ଜନ ସମାଗମ ହୋଇଥାଏ।
VO 2
ପାଞ୍ଚ ଦିନ ପରେ ମା ଙ୍କୁ ମେଲାଣି ଦିଅନ୍ତି ଗ୍ରାମବାସୀ। ଭଷାଣ ଶୋଭାଯାତ୍ରାରେ ସମିଲି ହୁଅନ୍ତି ପଚିଶ ଟି ମେଢ। ଆଧୁନିକ ଓ ପାରମ୍ପରିକ ବାଦ୍ୟ ରେ ଦୁଲୁକି ଉଠେ ସମଗ୍ର ଅଞ୍ଚଳ। ବିରାଟ ଶୋଭାଯାତ୍ରାରେ ବାହାରି ପୂଣ୍ୟ ତୋୟା ଅଳକା ନଦୀରେ ମାଆ ଙ୍କୁ ବିସର୍ଜିତ କରାଯାଏ। ଏହାକୁ ଦେଖିବା ପାଇଁ ବେଶ ଭିଡ ଜମେ। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷ ରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଥାନ୍ତି।
fenal vo
ଆଧୁନିକତାର ପର୍ସ ରେ ବି ଓଡ଼ିଶାର ସଂସ୍କୃତି,ଐତିହ, ପରମ୍ପରା କୁ ବଜାଇ ରଖିବା ପାଇଁ ଓଡ଼ିଆ କେବେ କାର୍ପଣ୍ୟତା ଦେଖାଈ ନାହିଁ। ହଜାର ବର୍ଷ ର ପରମ୍ପରା ,ସାଧଵ ପୁଅର ବାଣିଜ୍ୟ ହେଉ ବା ଆଳିଆଳି ତପୋଇ ର ଲୋକ କଥା।ଆଜିବି ମନ ରଖିଛି ଏହି ଜାତି।
ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର
etc bharat

Body:byt_. babuli behera _ staniya sarapacha,
byt _ rajkishor sahu_ gramabasi

Conclusion: storry in khudurukuni spcel_
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.