ETV Bharat / state

ଜଗତସିଂହପୁରରେ ଆଜିଠୁ ଷଷ୍ଠ ପର୍ଯ୍ୟାୟ ସଟଡାଉନ - sixth phase shutdown in Jagatsinghpur

ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ସଟଡାଉନ ଶନିବାରଠୁ ଲାଗୁ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଓ ପାରାଦୀପ ସହରକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରାଯିବା ସହ ବିଭିନ୍ନ ଶିଳ୍ପ ସଂସ୍ଥାର କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଆଜିଠୁ ଷଷ୍ଠ ପର୍ଯ୍ୟାୟ ସଟଡାଉନ
ଜଗତସିଂହପୁରରେ ଆଜିଠୁ ଷଷ୍ଠ ପର୍ଯ୍ୟାୟ ସଟଡାଉନ
author img

By

Published : Jul 11, 2020, 9:56 PM IST

Updated : Jul 11, 2020, 10:20 PM IST

ଜଗତସିଂହପୁର: ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ସଟଡାଉନ ଶନିବାରଠୁ ଲାଗୁ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଓ ପାରାଦୀପ ସହରକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରାଯିବା ସହ ବିଭିନ୍ନ ଶିଳ୍ପ ସଂସ୍ଥାର କାର୍ଯ୍ୟକୁ ବନ୍ଦ ରଖାଯାଇଛି । ତେବେ ଉଭୟ ପାରାଦ୍ବୀପ ଓ ଜଗତସିଂହପୁର ସହରରେ ଯାଞ୍ଚ ପ୍ରକ୍ରିୟା କଡାକଡି ନଥିବାରୁ ଅମାନିଆମାନେ ଗାଡି ଧରି ବାହାରେ ବୁଲା ବୁଲି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଜଗତସିଂହପୁରରେ ଆଜିଠୁ ଷଷ୍ଠ ପର୍ଯ୍ୟାୟ ସଟଡାଉନ

ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାରେ କୋହଳ କରାଯାଇଥିବାରୁ ଲୋକେ ସାମାଜିକ ଦୂରତ୍ବ ଭୁଲି ଚା, ପାନ ଓ ସେଲୁନରେ ଭିଡ ଜମାଉଛନ୍ତି । ସହରରେ ଲୁଚାଛପାରେ ଚା, ପାନ ଓ ସେଲୁନ ଆଦି ଖୋଲାଯାଇଥିବା ଦେଖିବାକୁ ମିଳୁଛି । ପ୍ରଶାସନର ନିଷ୍ପତ୍ତି ଅନୁସାରେ, ଜିଲ୍ଲାରେ ପ୍ରତି ସପ୍ତାହର ଶନି ଓ ରବିବାର ଦିନ ସଡଡାଉନ କରାଯାଉଥିବା ବେଳେ ଅବଶିଷ୍ଟ 5 ଦିନ ସକାଳ 7ଟାରୁ ଦିନ 2ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ଯାଉଛି ଓ ଦିନ 2ଟାରୁ ପୁଣି ସହରରେ କର୍ଫ୍ୟୁ ଲାଗୁ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jul 11, 2020, 10:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.