ETV Bharat / state

Tirtol MLA Marriage Controversy: ତଦନ୍ତ ପାଇଁ ଆଉ ମାସେ ସମୟ ମାଗିଲା ପୋଲିସ

author img

By

Published : Jun 2, 2023, 8:05 AM IST

ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ । ତଦନ୍ତ ପାଇଁ ପୋଲିସ ଆଉ ଏକ ମାସ ସମୟ ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Tirtol MLA Marriage Controversy
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ମାମଲା

ଜଗତସିଂହପୁର: କିଛି ଦିନର ନୀରବତା ପରେ ପୁଣି ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶଙ୍କ ବିବାହ ବିବାଦ ଘଟଣାକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଘଟଣାକୁ 90ଦିନ ବିତିଯାଇଥିବା ବେଳେ ଏବେ ତଦନ୍ତ ପାଇଁ ଆଉ 30 ଦିନ ସମୟ ମାଗିଛି ଜଗତସିଂହପୁର ପୋଲିସ । ଏହାକୁ ନେଇ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ଅଭିଯୋଗକାରିଣୀ ତଥା ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକା ଦାଶ ଜଣାଇଛନ୍ତି । ଜଗତସିଂହପୁର ପୋଲିସ ତଦନ୍ତ ଆଳରେ ବାରମ୍ବାର ସମୟ ଗଡାଉଥିବା କହିଛନ୍ତି ସୋମାଲିକା ଦାଶ ।

ସୂଚନାଅନୁସାରେ, ବିଜେଡି ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସହ ଜଗତସିଂହପୁର ଦେଉଳି ଗ୍ରାମେଶ୍ୱର ଗାଁର ସୋମାଲିକାଙ୍କ ସହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା ଦାଶ । ସୋମାଲିକା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ପୀଡିତା ବିଧାୟକ ବିଜୟ ଶଙ୍କରଙ୍କ ନାମରେ ତତ୍କାଳୀନ ଏସପି ଅଖିଲେଶ୍ୱର ସିଂଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଚାପ ବଢିବା ଦେଖି ବିଧାୟକ ବିଜୟ ଶଙ୍କର ଦାସ ମେ 17 ତାରିଖ 2022ରେ ଜଗତସିଂହପୁର ସବରେଜିଷ୍ଟ୍ରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଆବେଦନର ଏକମାସ ପରେ ଅର୍ଥାତ 18 ଜୁନ 2022ରେ ଉଭୟଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ସେଦିନ ବିଜୟ ଶଙ୍କର ଧରାଛୁଆ ଦେଇ ନଥିଲେ । ଫଳରେ ନିରାଶ ହୋଇ ପ୍ରେମିକା ସୋମଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦିନ ପରେ ଦିନ ଗଡି ଚାଲିଥିବା କିନ୍ତୁ ଜଗତସିଂହପୁର ପୋଲିସ ଏହାକୁ ନେଇ ମାମଲା ରୁଜୁ କରି ନଥିଲା । ଯାହାକୁ ନେଇ ସୋମାଲିକା ପୋଲିସ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ...Tirtol MLA-Somalika Controversy: ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କଣ ମହିଳା ନୁହେଁ ?

ଏହା ବି ପଢନ୍ତୁ...Tirtol MLA Marriage Controversy: ଅଜଣା କଲରୁ ସୋମାଲିକାଙ୍କୁ ବୁଝାମଣା ପାଇଁ ପଡୁଛି ଚାପ

ଏହି ଘଟଣାକୁ ହାଇକୋର୍ଟ ଗମ୍ଭୀରତାର ସହ ନେଇ ବିଧାୟକ ବିଜୟ ଶଙ୍କରଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୋଲିସ ସୋମାଲିକାଙ୍କ ଏତଲା ଗ୍ରହଣ କରିବା ସହ ବିଜୟ ଶଙ୍କରଙ୍କ ନାମରେ ୧୫୬/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଜଗତସିଂହପୁର ପୋଲିସ ପୀଡିତାଙ୍କୁ ମେଡ଼ିକାଲ ପରୀକ୍ଷା କରିବା ସହ 8 ଘଣ୍ଟା ଜେରା କରିଥିଲା। ପରେ ଜଗତସିଂହପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ପାଖରେ 164 ଧାରା ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା । ଏହା ମଧ୍ୟରେ 3ମାସରୁ ଅଧିକ ଦିନ ବିତିଯାଇଥିଲେ ବି ବିଧାୟକଙ୍କୁ ପଚରାଉଚରା କରିବାକୁ ସାହସ ଜୁଟାଇ ପାରିନାହିଁ ଜଗତସିଂହପୁର ପୋଲିସ । ତଦନ୍ତ ପ୍ରକ୍ରିୟା ଶେଷ ହୋଇ ନଥିବା କହି ପୁଣି 30 ଦିନ ସମୟ ନେଇଛି ପୋଲିସ । ଏନେଇ କୋର୍ଟଙ୍କ ପାଖରେ ଆବେଦନ କରିଛି ପୋଲିସ । ତେବେ ବାସ୍ତବରେ ପୋଲିସ ତଦନ୍ତ କରୁଛି ନା ସମୟ ଗଢାଉଛି ତାହା ଦେଖିବାକୁ ବାକି ରହିଲା ।

ବିଧାୟକ ବିଜୟ ଶଙ୍କରଙ୍କ ବିବାହ ମାମଲାକୁ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ଶାସକ ଦଳ ନେତା କର୍ମୀ ବିଜୟ ଶଙ୍କରଙ୍କ ସପକ୍ଷରେ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧରେ ନାରାବାଜି ରାଲି ସହ କୁଶ ପୁତଳିକା ଦାହ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବାସ୍ତବରେ ପୋଲିସ ତଦନ୍ତ କରୁଛି ନା ସମୟ ଗଢାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.