ETV Bharat / state

ଶାରଳା ସୂତାମିଲ ବନ୍ଦ ପ୍ରସଙ୍ଗ, ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟକୁ କଂଗ୍ରେସର ପଦଯାତ୍ରା

author img

By

Published : Jul 30, 2022, 9:04 PM IST

ଜଗତସିଂହପୁରର ଶାରଳା ସୂତାମିଲ ସିଲ ପ୍ରସଙ୍ଗ । ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ କଂଗ୍ରେସର ପଦଯାତ୍ରା । ଅଧିକ ପଢନ୍ତୁ

ଶାରଳା ସୂତାମିଲ ବନ୍ଦ ପ୍ରସଙ୍ଗ, ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ କଂଗ୍ରେସର ପଦଯାତ୍ରା

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉସୀରା ଠାରେ ଥିବା ଶାରଳା ସୂତାକଳକୁ ପୁନରୁଦ୍ଧାର ନେଇ ଦାବି ଉଠିଛି । ଆଜି ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟ ପ୍ରକୋଷ୍ଠ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି ।

ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ କଂଗ୍ରେସର ପଦଯାତ୍ରା

ପୂର୍ବରୁ ଜଗତସିଂହପୁର ଜିଲ୍ଲାର ଗୌରବ ବଢାଇଥିବା ଏହି ସୂତାକଳକୁ କିପରି ପୁନରୁଦ୍ଧାର କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ତିର୍ତ୍ତୋଲର କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଦାବି କରିଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଂଗ୍ରେସ ପକ୍ଷରୁ ସମଗ୍ର ଜିଲ୍ଲାରୁ ଦସ୍ତଖତ ସମ୍ବଳିତ ଦାବି ନେଇ କଂଗ୍ରେସ ନେତାମାନେ ଆଜିଠାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି ।

ତେବେ ସୂଚନା ଥାଉ କି ତିର୍ତ୍ତୋଲର ଶାରଳା ସୂତା ମିଲକୁ ଏସବିଆଇ ବ୍ୟାଙ୍କ ସିଲ କରିଛି । ଏହି ମିଲ ଦିନେ ଭାରତ ସମେତ ସମଗ୍ର ଏସିଆ ମହାଦେଶରେ ନାଁ କରିଥିବା ବେଳେ ଏବେ ବନ୍ଦ ହେବାକୁ ବସିଛି । ଋଣ ଭାର ଯୋଗୁଁ ବ୍ୟାଙ୍କ ଏହାକୁ ସିଲ କରିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.