ETV Bharat / state

ଶାରଳା ସୂତାକଳ ନିଲାମ ଘଟଣା, ତିର୍ତ୍ତୋଲରେ ଗର୍ଜିଲା କଂଗ୍ରେସ

author img

By

Published : Jul 22, 2022, 11:04 PM IST

ଜଗତସିଂହପୁର ତିର୍ତ୍ତୋଲରେ ଥିବା ବହୁ ପୁରାତନ ଶାରଳା ସୂତାକଳ ନିଲାମ ଘଟଣା । ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

ଶାରଳା ସୂତାକଳ ନିଲାମ ଘଟଣା, ତିର୍ତ୍ତୋଲରେ ଗର୍ଜିଲା କଂଗ୍ରେସ
ଶାରଳା ସୂତାକଳ ନିଲାମ ଘଟଣା, ତିର୍ତ୍ତୋଲରେ ଗର୍ଜିଲା କଂଗ୍ରେସ

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉସୀରା ଠାରେ ଥିବା ଶାରଳା ସୂତାକଳ ନିଲାମ ଘଟଣା । ଏ ନେଇ ଗର୍ଜିଛି ତିର୍ତ୍ତୋଲ କଂଗ୍ରେସ । ଆଜି (ଶୁକ୍ରବାର) କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ ବଜାରରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଶାରଳା ସୂତାକଳ ସମ୍ମୁଖରେ ପହଞ୍ଚିଛି ।

ବିକ୍ଷୋଭକାରୀ ଏକ ଶୋଭାଯାତ୍ରାରେ ଯାଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ୮୦ ଦଶକରେ ଶାରଳା ସୂତାମିଲ ଜରିଆରେ ଶହ ଶହ ଲୋକ ଆତ୍ମନିଯୁକ୍ତି ପାଇ ନିଜର ପରିବାର ଭରଣ ପୋଷଣ କରୁଥିଲେ ।

ମାତ୍ର ରାଜ୍ୟରେ BJD ସରକାର ଆସିବା ପରେ ଏହି ସୂତାକଳକୁ ରୁଗ୍ଣ କରିଦିଆଯିବା ସହ ଏହାକୁ ଅଣଦେଖା କରି ବନ୍ଦ କରିଦିଆଗଲା । ଏବେ ଏହାକୁ ନିଲାମ କରି ଦିଆଗଲାଣି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ଭୋଟ ସମୟରେ ସୂତାକଳର ପୁନରୁଦ୍ଧାର କରିବା ପାଇଁ ପ୍ରତିଶୃତି ଦେଇ ଲୋକଙ୍କ ସହ ବିଶ୍ଵାସଘାତକତା କରିଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ସୂତାକଳ ପାଇଁ ଅର୍ଥ ମଞ୍ଜୁର କରିବାକୁ ସେମାନେ ଦାବୀ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.