ETV Bharat / state

ପାରିବାରିକ କଳହକୁ ନେଇ ମହାନଦୀକୁ ଡେଇଁଲେ ଛାତ୍ର - ପାରିବାରିକ କଳହ ସହି ନପାରି ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଅସହ୍ୟ ହେଲା ପାରିବାରିକ କଳହ । ଘରୋଇ କଥା ସହି ନପାରି ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ର । ଅଧିକ ପଢ଼ନ୍ତୁ

ପାରିବାରିକ କଳହକୁ ନେଇ ମହାନଦୀକୁ ଡେଇଁଲେ ଛାତ୍ର

author img

By

Published : May 7, 2022, 9:46 PM IST

ଜଗତସିଂହପୁର : ଜଗତସିଂହପୁର ପାରାଦୀପ ଭୂତମୁଣ୍ଡେଇ ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବକ । ଯୁବକ ଜଣଙ୍କ ହେଲେ ବିଶ୍ଵାଳୀ ଗ୍ରାମର ସନିଆ ସାମଲ । ସନିଆ ସାମଲ +୨ରେ ପାଠ ପଢ଼ନ୍ତି । ସନିଆଙ୍କ କହିବା କଥା ଯେ ପ୍ରତ୍ୟେକ ଦିନ ତାଙ୍କ ଘରେ ପାରିବାରିକ କଳହ ଲାଗେ । ଆଜି ତାହା ଅସହ୍ୟ ହୋଇଥିଲା । ଯାହାକୁ ନେଇ ସେ ଉତକ୍ଷିପ୍ତ ହୋଇଯାଇଥିଲେ । ଶେଷରେ ସେ ଘରୁ ବାହାରି ଆସି ମହାନଦୀକୁ ଡେଇଁ ପଡ଼ିଥିଲେ ।

ପାରିବାରିକ କଳହକୁ ନେଇ ମହାନଦୀକୁ ଡେଇଁଲେ ଛାତ୍ର

ପ୍ରତ୍ୟେକ ଦିନ ଏଭଳି ଘଟଣା ଘରେ ହେଉଥିବାର ଦେଖି ସନିଆ ବିରକ୍ତି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସନିଆ ଆତ୍ମହତ୍ୟା କରିିବାର ଦେଖି କେତେକ ମତ୍ସ୍ୟଜୀବୀ ସନିଆକୁ ଜାଲ ପକାଇ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.