ETV Bharat / state

ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜଗତସିଂହପୁର ଜିଲ୍ଲା ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଜାଗା ଚିହ୍ନଟ କରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଦାବିପତ୍ର
ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Feb 19, 2021, 8:06 AM IST

ଜଗତସିଂହପୁର: ଜିଲ୍ଲାରେ ବସ୍ତି ବାସିନ୍ଦାଙ୍କୁ ହତାଦର । ଜିଲ୍ଲାରେ ଥିବା ସମସ୍ତ ବସ୍ତି ବାସିନ୍ଦାଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସମ ପକ୍ଷରୁ ଜାଗାଟିଏ ଚିହ୍ନଟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି । ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେବାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ନିୟମ 2017 ଯୋଜନାରେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମାତ୍ର ଏ ଯାଏଁ ପ୍ରଶାସନ ପକ୍ଷରୁ ସେମାମଙ୍କ ପାଇଁ ଜାଗାଟିଏ ଚିହ୍ନଟ କରାଯାଇନଥିବା ସହିତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରଯାଇନଥିବା ଅଭିଯୋଗ ହୋଇଛି ।

ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ସେମାନଙ୍କୁ ଉପଯୁକ୍ତ ସ୍ଥାନ ଯୋଗାଇ ଦେବାକୁ ଦାବି ହୋଇଛି । ଦାବି ପୂରଣ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବସ୍ତି ବାସିନ୍ଦା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.