ETV Bharat / state

ଲକଡାଉନ ବେଳେ ରୋଗୀଙ୍କୁ ମିଳୁନି ପାସ, ମେଡିକାଲ ଯିବାକୁ ହେଉଛି ସମସ୍ୟା - problem with lockdowns is that patients have trouble

ଜଗତସିଂହପୁର ସଦର ଥାନାରେ ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ଅନୁମତି ମିଳୁ ନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଜିଲ୍ଲାରେ ଲକଡାଉନ ଘୋଷଣା ହେବା ପରେ ଜିଲ୍ଲାର ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯାଇ ଥିବାବେଳେ ଗାଡିକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି।

patients have trouble
ଲକଡାଉନ ବେଳେ ରୋଗୀ ହନ୍ତସନ୍ତ
author img

By

Published : Apr 1, 2020, 8:06 PM IST

ଜଗତସିଂହପୁର: ଆସନ୍ତା ଏପ୍ରିଲ 14 ଯାଏଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । ଏଥିପାଇଁ ସାରା ରାଜ୍ୟରେ ମଧ୍ୟ ନିୟମକୁ କଡାକଡି କରାଯାଉଛି । ସମସ୍ତ ଯାନବାହାନ ବନ୍ଦ ଥିବାବେଳେ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ମାତ୍ର ଖାସ କରି ଜଗତସିଂହପୁର ସଦର ଥାନାରେ ରୋଗୀଙ୍କୁ ମେଡ଼ିକାଲ ନେବା ପାଇଁ ଅନୁମତି ମିଳୁ ନଥିବାରୁ ଅସନ୍ତୋଷ ଦେଖା ଦେଇଛି।

ଲକଡାଉନ ବେଳେ ରୋଗୀ ହନ୍ତସନ୍ତ

ଜିଲ୍ଲାରେ ଲକଡାଉନ ଘୋଷଣା ହେବା ପରେ ଜିଲ୍ଲାର ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯାଇ ଥିବାବେଳେ ଗାଡିକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି। କିନ୍ତୁ ଏଥିରେ ନିୟମିତ ଚିକିତ୍ସା ଓ ଦୁଇଥର ଡାଇଲୋସିସ ପାଇଁ କଟକ ଯିବା ପାଇଁ ପଡୁଥିବା ରୋଗୀଙ୍କୁ ସଦର ପୋଲିସ ଗାଡି ପାସ ଦେଉ ନଥିବାରୁ ସେମାନେ ମେଡିକାଲ ଯିବା ବାଟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ କିଡନୀ ଜନିତ ସମସ୍ୟାରେ ପୀଡିତ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ରୋଗୀଙ୍କ ସମ୍ପର୍କୀୟମାନେ ଗାଡି ପାସ ପାଇଁ ବାରମ୍ବାର ଥାନକୁ ଦୌଡୁଥିଲେ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣୁ ନଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ପୋଲିସର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.