ETV Bharat / state

ଜୀବିକା ହରାଇ ସପରିବାର ଧାରଣା ଦେଲେ ବୃଦ୍ଧ ମତ୍ସ୍ୟଜୀବୀ

author img

By

Published : Dec 29, 2020, 9:12 PM IST

ଜୀବିକା ହରାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସପରିବାର ଧାରଣା ଦେଲେ ବୃଦ୍ଧ ମାଛ ବ୍ୟବସାୟୀ । ପଢନ୍ତୁ ଅଧିକ.....

ଜୀବିକା ହରାଇ ଜିଲ୍ଲାପାଳ ଅଫିସ ସାମ୍ନାରେ ସପରିବାର ଧାରଣା ଦେଲେ ବୃଦ୍ଧ ମତ୍ସ୍ୟଜୀବୀ

ଜଗତସିଂହପୁର: ଜୀବିକା ହରାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସପରିବାର ଧାରଣା ଦେଲେ ବୃଦ୍ଧ ମାଛ ବ୍ୟବସାୟୀ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ମାଛ ବ୍ୟବସାୟୀ ଜଣଙ୍କ ହେଲେ ଜଗତସିଂହପୁର ଚାଟରା କୃଷକ ବଜାରରେ ମାଛ ବ୍ୟବସାୟ କରୁଥିବା ଦଳିତ ବୃନ୍ଦାବନ ସାମଲ ।

ବୃନ୍ଦାବନ ଅଭିଯୋଗ କରିଛନ୍ତି ଯେ ସେ ସ୍ଥାନୀୟ କୃଷକ ବଜାରରେ 2005ରୁ ମାଛ ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିଲେ। 2014ରେ ମାଛ ବ୍ୟବସାୟ ପାଇଁ ଜଗତସିଂହପୁର ନିଅନ୍ତ୍ରିତ ବଜାର କମିଟି ପକ୍ଷରୁ ପିଣ୍ଡି ପାଇଁ ଲଟେରୀର ବ୍ୟବସ୍ଥା କରାଯାଇଥିଲା। ସେଥିରେ ମଧ୍ୟ ବୃନ୍ଦାବନଙ୍କ 4 ନଂ ପିଣ୍ଡି ଲଟେରିରେ ପାଇଥିଲେ । ସେଠାରେ ସେ ବ୍ୟବସାୟ ମଧ୍ୟ କରୁଥିଲେ ।

ପରେ ପୌର ପରିଷଦ ପକ୍ଷରୁ ନିର୍ମାଣ ମାଛ ମାର୍କେଟ ଘର ପାଇଁ ବଣ୍ଟନରେ ଚଞ୍ଚକତା କରି ତାଙ୍କ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବୃନ୍ଦାବନ । ସେବେଠାରୁ ସେ ସ୍ଥାନ ନ ପାଇ ଜୀବିକା ହରାଇଛନ୍ତି । ଜିଲ୍ଲାପାଳ ଯଦି ଏଥିରେ ହସ୍ତକ୍ଷେପ କରି ଘର ନଦିଅନ୍ତି ତେବେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ବୃନ୍ଦାବନ ଓ ତାଙ୍କ ପରିବାର ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.