ETV Bharat / state

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ମଦ ଦୋକାନ ନିଲାମ ପ୍ରକ୍ରିୟା, ଭାଗ ନେଇଛନ୍ତି 580 ନିଲାମଧାରୀ - District Administration

2ଟି ଦେଶୀ ଓ 7ଟି ବିଦେଶୀ ମଦ ଦୋକାନ ପାଇଁ ଆରମ୍ଭ ହୋଇଛି ନିଲାମ ପକ୍ରିୟା । ଏନେଇ ଜିଲ୍ଲାର ସଦଦ୍ଭାବନା ସଭାଗୃହରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ମଦ ଦୋକାନ ନିଲାମ ପକ୍ରିୟା, ଭାଗ ନେଇଛନ୍ତି 580 ନିଲାମ ଧାରୀ

author img

By

Published : Aug 25, 2021, 10:55 PM IST

Updated : Aug 25, 2021, 11:04 PM IST

ଜଗତସିଂହପୁର: ଜିଲ୍ଲାର ସଦଦ୍ଭାବନା ସଭାଗୃହରେ ଚାଲିଛି ନିଲାମ ପ୍ରକ୍ରିୟା । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦୁଇଟି ଦେଶୀ ଓ ୭ଟି ବିଦେଶୀ ମଦ ଦୋକାନ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ଏଥିରେ ୫୮୦ ଜଣ ନିଲାମ ଧରି ଅଂଶଗ୍ରହଣ କରିଥିଲେ । ପୂର୍ବରୁ 27ଟି ମଦ ଦୋକାନ ନିଲାମ ପ୍ରକ୍ରିୟା ସାରିଥିବାବେଳେ ଆଜି ଆଉ 9ଟି ର ନିଲାମ ପ୍ରକ୍ରିୟା ଶେଷ ହୋଇଛି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ମଦ ଦୋକାନ ନିଲାମ ପ୍ରକ୍ରିୟା, ଭାଗ ନେଇଛନ୍ତି 580 ନିଲାମଧାରୀ

ତେବେ ଜିଲାରେ ମଦ ଦୋକାନ ସଂଖ୍ୟା 36କୁ ବୃଦ୍ଧି ପାଇଛି । ବୁଧବାର ଏହି ନିଲାମ ପ୍ରକ୍ରିୟାରେ ପାରାଦ୍ୱୀପ ଅଠର ବାଙ୍କୀର ଗୋଟିଏ ଦେଶୀ ମଦ ଦୋକାନ ଥିବାବେଳେ ଷଣ୍ଢକୁଦରେ 1ଟି ମଦ ଦୋକାନ ରହିଛି । ସେହିଭଳି ବିଦେଶୀ ମଦ ଦୋକାନ ଗୁଡିକରେ କୁଜଙ୍ଗ ବଜାର, ପାରାଦ୍ୱୀପ ଉଦୟବଟ,ପାରାଦ୍ୱୀପ ସହର, ପାରାଦ୍ୱୀପ ସେକ୍ଟର 21, ନାଉଗାଁ, ଜଗତସିଂହପୁର ଆଳି ପିଙ୍ଗଳ ଓ ଢ଼ିଅ ସାହିରେ ରହିଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ବ୍ୟକ୍ତି ଏକଲକ୍ଷ ଟଙ୍କାର ଅମାନତ ରାଶି ଜମା କରି ନିଲାମ ପ୍ରକ୍ରିୟାରେ ଭାଗ ନେଇ ପାରିବେ ବୋଲି ଘୋଷଣା କରାଯାଇଥିଲା । ତେବେ ଏଥିରେ ଜିଲ୍ଲାରେ 7 ବିଦେଶୀ ଓ 2 ଦେଶୀ ମଦ ଦୋକାନ ପାଇଁ 580 ଜଣ ଆବେଦନ କରିଛନ୍ତି । ଆଉ ସେମାନଙ୍କ ମଧ୍ୟରୁ 9 ଜଣଙ୍କୁ ଲାଟେରୀ ମାଧ୍ୟମରେ ଚୟନ କରାଯାଇଥିବା ନେଇ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 25, 2021, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.