ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନ କରିବା ପାଇଁ ଶପଥ ପାଠ କରାଇଥିଲେ ।
ଦେଶରେ ଅର୍ଥନୈତିକ ରାଜନୈତିକ ଓ ସାମାଜିକ ବିକାଶରେ ବାଧକ ଅଟେ । ତେଣୁ ସାଧୁତା ଅବଲମ୍ବନ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ଜିଲ୍ଲାପାଳ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଳିକ, ପ୍ରମୁଖ ଯୋଗଦେଇ ଦୁର୍ନୀତି ନ କରିବାକୁ ଶପଥ ପାଠ କରିଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ