ଜଗତସିଂହପୁର : ଜିଲ୍ଲାର ପ୍ରମୁଖ ରାଜପଥ କଟକ-ପାରାଦ୍ବୀପ ରାସ୍ତା ଏବେ ମୁର୍ତ୍ୟୁର ପଥ ପାଲଟିଛି। ପ୍ରତେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟିବା ସହିତ ଲୋକେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଦୁର୍ଘଟଣା ଯୋଗୁ ଅକାଳରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି ଲୋକେ । କଟକ-ପାରାଦ୍ବୀପର ଏହି ରାଜ୍ୟ ରାଜପଥରେ ଗତ ଜାନୁଆରୀ ମାସ ଠାରୁ ଆଜି ପର୍ଯନ୍ତ 4 ଶହ 53 ଟି ଦୁର୍ଘଟଣା ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ 377 ଜଣ ଆହତ ଓ 42 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କର ମୃତ୍ୟୁ ହୋଇଛି ।
ଏମାନଙ୍କ ମଧ୍ୟରେ ଦୃତ ଗତିରେ ଗାଡି ଚାଳନା ଓ ନିଶାସକ୍ତ ଟ୍ରକ ଡ୍ରାଇଭରଙ୍କ ଦ୍ଵାରା ଟ୍ରକ ଚଳାଇବା ଯୋଗୁ ଏହି ଦୁର୍ଘଟଣାମାନ ଘଟିଛି। ଏହି ରାସ୍ତାରେ 13 ଟି ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି । ଗାଡିର ବେଗ କମ କରିବା ପାଇଁ 26 ଟି ହମ୍ପ୍ସ ନିର୍ମାଣ ହୋଇଛି କିନ୍ତୁ ଦୁର୍ଘଟଣା ରୋକାଯାଇ ପାରୁନାହିଁ । ବହୁଳ ଭାବରେ ଟ୍ରକ ଏହି ରାସ୍ତା ଦେଇ ପରିବହନ କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣା ବୃଦ୍ଧି ପାଇଛି । ରାସ୍ତାଟି ସିଙ୍ଗଲ ରୋଡ଼ ହୋଇଥିବାରୁ ଏହା ଦୁର୍ଘଟଣାର ଅନ୍ୟତମ କାରଣ ପାଲଟିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବସହ ରାସ୍ତା ପ୍ରଶସ୍ତିକରଣ ଜରୁରୀ ହୋଇପଡିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ