ETV Bharat / state

ଚଳିତ ବର୍ଷ ଚମକିଲା ଟେରାକୋଟା ରାକ୍ଷୀ, ଚର୍ଚ୍ଚାରେ କୁଜଙ୍ଗର କୁମ୍ଭାର ପରିବାର

author img

By

Published : Aug 22, 2021, 8:39 PM IST

ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ଚମକିଲା ଟେରାକୋଟା ରାକ୍ଷୀ। ରାଜ୍ୟ ସରକାରଙ୍କ PDDRDA ଓ ORMASର ସହାୟତାରେ ଚଳିତ ବର୍ଷ ଟେରାକୋଟା ରାକ୍ଷୀ ତିଆରି କରି ଏବେ ଚର୍ଚ୍ଚାରେ କୁଜଙ୍ଗ ବ୍ଲକର କୁମ୍ଭାର ପରିବାର। ଅଧିକ ପଢନ୍ତୁ...

ଜିଲ୍ଲାରେ ଚମକିଲା ଟେରାକୋଟା ରାଖି
ଜିଲ୍ଲାରେ ଚମକିଲା ଟେରାକୋଟା ରାଖି

ଜଗତସିଂହପୁର: ଚଳିତ ବର୍ଷ ଜିଲ୍ଲାରେ ଚମକିଲା ଟେରାକୋଟା ରାକ୍ଷୀ। ସମୟ ସହିତ ତାଳ ଦେଇ ନିଜ ପେଶାରେ ପରିବର୍ତ୍ତନ କରି ଲାଭବାନ ହେଉଛନ୍ତି କୁମ୍ଭାର ପରିବାର। ରାଜ୍ୟ ସରକାରଙ୍କ PDDRDA ଓ ORMASର ସହାୟତାରେ ଚଳିତ ବର୍ଷ ଟେରାକୋଟା ରାକ୍ଷୀ ତିଆରି କରି ଏବେ ଚର୍ଚ୍ଚାରେ କୁଜଙ୍ଗ ବ୍ଲକର କୁମ୍ଭାର ପରିବାର।

ଜିଲ୍ଲାରେ ଚମକିଲା ଟେରାକୋଟା ରାଖି

ସମୟ ସହିତ ବଦଳିଛି ମାଟି ହାଣ୍ଡି ପ୍ରଚଳନର ପ୍ରଥା । କେବଳ ପୂଜାର୍ଚ୍ଚନାରେ ବ୍ୟବହାର ହେଉଛି ମାଟି ହାଣ୍ଡି ଓ ମାଟି ତିଆରି ଜିନିଷ। ତେଣୁ ସମୟ ସହିତ ତାଳ ଦେଇ କୁମ୍ଭାର ପରିବାର ଆପଣାଇଥିବା ଟେରାକୋଟା କାର୍ଯ୍ୟ ମଧ୍ୟ କରୋନା ଯୋଗୁଁ ବନ୍ଦ ପଡିଥିଲା। ତେବେ ଚଳିତବର୍ଷ ଏହି କୁମ୍ଭାର ପରିବାର ମାନେ ଆରମ୍ଭ କରିଛନ୍ତି ଟେରାକୋଟା ରାକ୍ଷୀ ତିଆରି କାର୍ଯ୍ୟ ।

କୁଜଙ୍ଗ ବ୍ଲକର ନୁଣୁକୁଆ, ଭୂତୁମୁଣ୍ଡାଇ ଓ ଫତେପୁର ଅଞ୍ଚଳର ମହିଳା ସ୍ବୟଂସହାୟିକା ଗୋଷ୍ଠୀ ମାନେ ଏହି କାର୍ଯ୍ୟ କରୁଛନ୍ତି। ମାଟିରେ ତିଆରି ଜଗନ୍ନାଥ, ଗଣେଶ, ଶ୍ବସ୍ତିକ,ଓଁ ପ୍ରଭୃତି ଭଳିକି ଭଳି ରାକ୍ଷୀ ତିଆରି କରି, ଏହାକୁ ରଙ୍ଗ ଦେଇ ପ୍ୟାକିଂ କରାଯାଉଛି। ଗତ ଦୁଇବର୍ଷ ହେଲା ହାତ ବାନ୍ଧି ବସିଥିବା ଏହି ପରିବାର, ଚଳିତ ବର୍ଷ ମାଟିରାକ୍ଷୀ ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି। ଓଡ଼ିଆ ଘରର ଏକ ମହାନ ପରମ୍ପରା ରକ୍ଷାବନ୍ଧନ । ଭାଇ ଭଉଣୀର ସମ୍ପର୍କକୁ ନେଇ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ରାକ୍ଷୀ ପୂର୍ଣ୍ଣିମା।

ବିଭିନ୍ନ ପ୍ରକାରର ରାକ୍ଷୀ ମିଳିଥାଏ ବଜାରରେ। ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟି ରାକ୍ଷୀ ବଜାରରେ ଦେଖିବାକୁ ମିଳିଥିଲା। ଜିଲ୍ଲା PDDRDA ଓ ORMAS ଅଧିକାରୀଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଏହି ମହିଳା ମାନେ ତିଆରି କରିଛନ୍ତି ରାକ୍ଷୀ। ଏଥିପାଇଁ ଟେରାକୋଟା ପ୍ରଶିକ୍ଷକ ନବଘନ ବେହେରା ମହିଳା ମାନଙ୍କୁ ରାକ୍ଷୀ ତିଆରି କରିବାର ସ୍ବତନ୍ତ୍ର ଛାଞ୍ଚ ତିଆରି କରି ଦେବା ସହିତ ପ୍ରଶିକ୍ଷଣ ଦେଇଛନ୍ତି। କଟକରୁ ଜରି, ରାକ୍ଷୀ ପ୍ୟାକିଂ ପାଇଁ କାଗଜ ଓ ଷ୍ଟୋନ କିଣାଯାଇ ତିଆରି କରାଯାଉଛି ଆକର୍ଷଣୀୟ ରାକ୍ଷୀ। ଓରମାସ ପକ୍ଷରୁ ଜଗତସିଂହପୁର ଠାରେ ଏହାର ଷ୍ଟଲ କରାଯାଇଥିଲା। ଆଜି(ରବିବାର) ଶେଷ ଦିନରେ ବେଶ ଭଲ କାରବାର ହୋଇଥିବା ଜଣା ପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.