ETV Bharat / state

ସାର କାରଖାନାର ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପିପିଏଲ ସାର କାରଖାନାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । କମ୍ପାନୀର ମୁଖ୍ୟ ଫାଟକ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ...

author img

By

Published : Nov 8, 2021, 3:52 PM IST

ପିପିଏଲ ସାର କାରଖାନାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଜଗତସିଂହପୁର: ପିପିଏଲ ସାର କାରଖାନାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । କମ୍ପାନୀର ମୁଖ୍ୟ ଫାଟକ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ରଙ୍ଗିଆଗଡ଼ ଗାଁର ପ୍ରଶାନ୍ତ ମଲ୍ଲିକ ପିପିଏଲ ସାର କାରଖାନା ପରିସରରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଏକ ମାଲ ବୋଝେଇ ହାଇୱାରେ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକଟରେ ଥିବା ରଙ୍ଗିଆଗଡ଼ ଗ୍ରାମବାସୀ ଖବର ପାଇବା ପରେ ଉତ୍ୟକ୍ତ ଗ୍ରାମବାସୀ କମ୍ପାନୀର ମୁଖ୍ୟ ଫାଟକ ଅବରୋଧ କରିଥିଲେ ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ପରିବାର ଏକ ଭୂମିହୀନ ପରିବାର ବୋଲି ଜଣାପଡିଛି । ପିପିଏଲରେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିବା ଘରର ରୋଜଗାରିଆ ପୁଅର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ତରଫରୁ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ପରିବାରର ଜଣଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ କମ୍ପାନୀ ପରିସରରେ ବସି ରହିଥିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ରାତିରୁ ଦୁର୍ଘଟଣା ଘଟିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପିପିଏଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ସମ୍ଭବ ହୋଇପାରିନାହଁ। ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ପରିବାର ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.