ଜଗତସିଂହପୁର: ଉଦଯାପିତ ହୋଇଛି ଜଗତସିଂହପୁର ସ୍ଵାମୀ ବିବେକାନନ୍ଦ ସ୍ମରକୀ ସଂୟ ଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ । ମହାବିଦ୍ୟାଳୟର ଅଧ୍ୟକ୍ଷା ନିତାରାଣୀ କରଙ୍କ ପୌରହିତରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼.ଅରବିନ୍ଦ ଚଇନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଗାରିମା ଉପରେ ଆଲୋକପାତ କରିଛନ୍ତି ।
କ୍ରୀଡ଼ା ଉଭୟ ଶାରିରୀକ ଓ ମାନସିକ ସ୍ତରରେ ମଣିଷକୁ ସୁସ୍ଥ ରଖିଥାଏ । ସମ୍ପ୍ରତି କ୍ରୀଡ଼ାକୁ ନେଇ ଅନେକ ଖଳାଳୀ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବା ଦରକାର ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ