ETV Bharat / state

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

author img

By

Published : Jul 18, 2021, 7:37 AM IST

ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ । ଅଧିକ ପଢନ୍ତୁ...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ଜଗତସିଂହପୁର: ବେକରେ ଲୁଗା ବାନ୍ଧି ମହିଳାଙ୍କ ଆତ୍ମହତ୍ୟା ! କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବନାପାଟ ଗ୍ରାମରେ ବେକରେ ଲୁଗା ବାନ୍ଧି ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ ଏବେ ଘେରରେ । ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ସୂଚନାନୁଯାୟୀ ବନାପଟ ଗ୍ରାମର ହଳଧର ସ୍ୱାଇଁ ତିନିବର୍ଷ ତଳେ ଗୁଆମୁଣ୍ଡା ଗ୍ରାମର ଟିକିନା ରାଉତଙ୍କୁ ବିବାହ କରିଥିଲେ । ତାଙ୍କର 1ବର୍ଷର ଏକ ଶିଶୁ କନ୍ୟା ଥିବା ନେଇ ସୂଚନା ମିଳିଛି ।

ମହିଳା ଜଣକ ଅସୁସ୍ଥତା ଥିବାନେଇ ଗ୍ରାମବାସୀ ମାନେ ମତ ପ୍ରକାଶ କରିଛନ୍ତି । ଶୁକ୍ରବାର ରାତିରେ ମହିଳା ଜଣକ ବେକରେ ଲୁଗାବାନ୍ଧି ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ମୃତ ଟିକିନାଙ୍କୁ ପରିବାର ଲୋକେ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ହେଲେ ସେପଟେ ଏହାକୁ ଅସ୍ବୀକାର କରିଛନ୍ତି ମୃତା ଟିକିନାଙ୍କ ଭାଇ । ଟିକିନାଙ୍କୁ ତାଙ୍କ ସ୍ୱାମୀ ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ନେଇ କୁଜଙ୍ଗ ଥାନାରେ ଝିଅର ପରିବାର ତରଫରୁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.