ଜଗତସିଂହପୁର: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଖେଳିଛି ଆନନ୍ଦର ଲହରୀ । ଜିଲ୍ଲାରେ ମହାପ୍ରଭୁଙ୍କ ଘୋଷଯାତ୍ରା ନହେଲା ନାହିଁ କିନ୍ତୁ ଆଦ୍ୟ ପୀଠ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ଜରୁରୀ ବୋଲି ଅନେକ ସାଧୁ ସନ୍ଥ ମତ ଦେଇଛନ୍ତି ।
ଏହାକୁ ନେଇ ସୋମବାର ଦିନ ତମାମ ଭକ୍ତ ମାନେ ଉପବାସ କରି ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିଥିଲେ । କୋରୋନା ମହାମାରୀ ସମୟରେ ବି ମହାପ୍ରଭୂଙ୍କ ଘୋଷଯାତ୍ରାରେ ବିରାମ ଲାଗିବା କଥା ନୁହେଁ ବୋଲି ଭକ୍ତମାନେ ପ୍ରକାଶ କରିଥିବା ବେଳେ ସୁପ୍ରିମକୋର୍ଟରେ ଏହାର ଅନୁମତି ମିଳିବା ପାଇଁ ଭକ୍ତମାନେ ଉପବାସ ରଖିଥିବା ଦେଖିବାକୁ ମିଳିଥିଲା ।
ସେପଟେ ସୋମବାର ଅପରାହ୍ନରେ ସୁପ୍ରିମକୋର୍ଟରେ ଘୋଷଯାତ୍ରା ହେବା ନେଇ ରାୟ ଆସିବା ପରେ ଜଗତସିଂହପୁର ବାସିନ୍ଦା ଆତ୍ମ ବିଭୋର ହୋଇ ପଡିଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ