ଜଗତସିଂହପୁର: ମାତ୍ରାଧିକ ଫର୍ମପୂରଣ ଫି'କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସଂୟଶାସିତ ମହାବିଦ୍ୟାଳୟରେ ଆଜି ଏନେଇ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି।
+3 ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଫର୍ମପୂରଣ ପାଇଁ କଲେଜ କର୍ତୃପକ୍ଷ 8 ଶହ ଟଙ୍କା ଫି’ ଆଦାୟକୁ ବିରୋଧ କରି କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଥିଲେ। ତୁରନ୍ତ ଫର୍ମପୂରଣ ଫି’ 2ଶହ ଟଙ୍କା କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।
ପରେ କଲେଜ କର୍ତୃପକ୍ଷ ଧାରଣାସ୍ଥଳକୁ ଆସି ଛାତ୍ରଛାତ୍ରୀମାନଙ୍କୁ ବିଝାସୁଝା କରିବା ସହ ଫର୍ମପୂରଣ ଫି ବାବଦରେ ନିଷ୍ପତ୍ତି ନିଆଯିବାକୁ ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ