ETV Bharat / state

ଅଳକା କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ - ଜଗତସିଂହପୁର ଅନନ୍ତ ବଟ ଅଳକା ମହାବିଦ୍ୟାଳୟ

ଅନନ୍ତ ବଟ ଅଳକା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଜଣା ବ୍ୟକ୍ତିଙ୍କ ହତ୍ୟା ଧମକ । ଥାନାରେ ଅଭିଯୋଗ କେଲ କେଲଜ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ଅଳକା କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
ଅଳକା କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
author img

By

Published : Nov 11, 2022, 8:51 AM IST

ଜଗତସିଂହପୁର: କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ । ଫୋନ କରି ଜୀବନରୁ ମାରିଦେବାକୁ ଧମକ ଦେଲେ ଅଜଣା ବ୍ୟକ୍ତି । ଜଗତସିଂହପୁର ଅନନ୍ତ ବଟ ଅଳକା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ ରାୟଙ୍କୁ କେହି ଅଜଣା ଯୁବକ ହତ୍ୟା ଧମକ ଦେଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଲେଜ ଅଧ୍ୟକ୍ଷ । ଏକ ଅଜଣା ମୋବାଇଲ ନମ୍ବରରୁ ବାରମ୍ବାର ଫୋନ କରି ଗାଳି ଗୁଳଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷ । ଏନେଇ ସେ ବିରିଡି ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

ଅଳକା କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

କଲେଜ ଅଧ୍ୟକ୍ଷଙ୍କ କହିବା ଅନୁସାରେ, ''କଲେଜ ପରିସରରେ ଥିବା ଏକ ହଷ୍ଟେଲର ଘର ଗୁଡିକ ଦୁର୍ବଳ ହୋଇ ଯିବାରୁ ତାକୁ ପ୍ରଶାସନ ପକ୍ଷରୁ ତାକୁ ବିପଦ ସଙ୍କୁଳ ଘୋଷଣା କରାଯାଇଥିଲା । ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷ ସେହି ହଷ୍ଟେଲକୁ ଖାଲି କରିଦେଇଥିଲେ । ପରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଥିଲା ହଷ୍ଟେଲ । ଗତକାଲି ସେହି ବିପଦ ସଙ୍କୁଳ କୋଠା ଘରେ କେତେକ ଅସାମାଜିକ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରୁଥିବା ଜାଣି କଲେଜ ଅଧ୍ୟକ୍ଷ ସେଠାରେ ପହଞ୍ଚିଥିଲେ । ସେଠାରେ କିଛି ଅସାମାଜିକ ଯୁବକ ନିଶା ଖାଉଥିବା ଦେଖି ତାଙ୍କୁ ଏଥିରୁ ନିବୃତ୍ତ ହେବାକୁ କହିବା ସହ ସେଠାରେ ଥିବା ଏକ ବାଇକକୁ କଲେଜକୁ ଆଣିଥିଲେ ।''

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି , ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ତେବେ ସେହି ଅସାମାଜିକ ଯୁବକଙ୍କ ମଧ୍ୟରେ କଲେଜର କିଛି ଛାତ୍ର ମଧ୍ୟ ରହିଥିଲେ । ତେବେ ଅସାମାଜିକ ଯୁବକଙ୍କୁ ବାରଣ କରିବା ପରେ ଏକ ଅଜଣା ମୋବାଇଲ ନମ୍ବରରୁ ଅଧ୍ୟକ୍ଷଙ୍କୁ ବାରମ୍ବାର ଫୋନ କଲ ଆସିଥିଲା । ଫୋନ୍‌ ରିସିଭ କରିବା ପରେ କେହି ଜଣେ ଗାଳି ଗୁଳଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଯାହାକୁ ନେଇ କଲେଜ ଅଧ୍ୟକ୍ଷ ବିଶ୍ୱଜିତ ରାୟ ବିରିଡି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିରିଡି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶିକ୍ଷାନୁଷ୍ଠାନରେ ନିଶାଦ୍ରବ୍ୟ କାରବାର ହେଉଥିବାରୁ ଏଭଳି ହୋଇଥିବା ପୋଲିସ ସନ୍ଦେହ କରୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.