ETV Bharat / state

ବର୍ଷା ଦିନେ ବୁଡିବନି ଚାଷ ଜମି, 1250 କିମି ପଥରେ ହେବ ଜଳ ନିଷ୍କାସନ

author img

By

Published : Feb 16, 2023, 11:35 AM IST

ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁରର ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ କରିବା ପାଇଁ ରାଜ୍ୟ ସରକାର 2200 ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଅଧିକ ପଢନ୍ତୁ

ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ ସରକାରଙ୍କ ବ୍ୟୟ ବରାଦ
ବର୍ଷା ଦିନେ ବୁଡିବନି ଚାଷ ଜମି, 1250 କିମି ପଥରେ ହେବ ଜଳ ନିଷ୍କାସନ

ବର୍ଷା ଦିନେ ବୁଡିବନି ଚାଷ ଜମି, 1250 କିମି ପଥରେ ହେବ ଜଳ ନିଷ୍କାସନ

ଜଗତସିଂହପୁର: ଜିଲ୍ଲାରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ ହେବ । ଡ୍ରେନେଜ ସମସ୍ୟାରେ ଲୋକଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡିବ ନାହିଁ । ବର୍ଷାଦିନେ ହେଉଥିବା ଜଳ ନିଷ୍କାସନ ସମସ୍ୟା ଏଥର ଦୂର ହେବ । ଜଗତସିଂହପୁର ଜିଲ୍ଲାର 8ବ୍ଲକ ମଧ୍ୟରୁ ରଘୁନାଥପୁର, ବାଲିକୁଦା, ଏରସମା ଓ କୁଜଙ୍ଗ ଆଦି ବ୍ଲକରେ ବର୍ଷାଦିନେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଥାଏ । ଫଳରେ ହଜାର ହଜାର ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ ନଷ୍ଟ ହେବାସହ ଧାନ ଚାଷ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥାଏ । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଦୀର୍ଘଦିନର ଅସନ୍ତୋଷ ରହି ଆସିଛି ।

ସେହିଭଳି ସଠିକ ଜଳ ନିଷ୍କାସନ ନ ହେବାରୁ ତଳିଆ ଅଞ୍ଚଳର ଲୋକେ ବର୍ଷାଦିନେ ଜଳବନ୍ଦୀ ହୋଇ ରହିଥାନ୍ତି । ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାରେ ସଠିକ ଜଳ ନିଷ୍କାସନ ନିମନ୍ତେ 2200 ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ ରାଜ୍ୟର ଅନ୍ୟ 9ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସଠିକ ଜଳ ନିଷ୍କାସନ 2200 ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜିଲ୍ଲାରେ 1250 କିଲୋମିଟର ଡ୍ରେନ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହା କାର୍ଯ୍ୟକାରୀ ହେଲେ 19342 ହେକ୍ଟର ଚାଷଜମି ପୁନଃରୁଦ୍ଧାର ହୋଇପାରିବ ।

ଜଗତସିଂହପୁର ଜିଲ୍ଲାରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଫସଲ ହାନି ହୋଇଥାଏ । ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ଧାନ ଚାଷ ଠାରୁ ଆରମ୍ଭ କରି ପନିପରିବା ଚାଷର ଉତ୍ପାଦନ ବୃଦ୍ଧି ପାଇବ । ସେହିପରି ଅଳକା ନଦୀ ପଥ ଖୁବଶୀଘ୍ର ଜବରଦଖଲ ମୁକ୍ତ କରାଯାଇ ଜଳ ନିଷ୍କାସନ କ୍ଷମତା ବୃଦ୍ଧି କରାଯିବାକୁ ବ୍ୟବସ୍ଥା କରାଯାଉଥିବା ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏକ ପ୍ରେସ ଇସ୍ତାହାରରେ କହିଛନ୍ତି । ଜଗତସିଂହପୁର ଜିଲ୍ଲା ବ୍ୟତୀତ କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ, ଯାଜପୁର, ଖୋର୍ଦ୍ଧା ଆଦି ଜିଲ୍ଲାର ଡ୍ରେନେଜ ଉନ୍ନତୀକରଣ ପାଇଁ ପାଇଁ 22ଶହ କୋଟି ବ୍ୟୟ ବରାଦ ହୋଇଛି ।

ଏହା ବି ପଢନ୍ତୁ...Fertilizer Project Dispute: ପାଚେରୀ ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଉପକୂଳବର୍ତ୍ତୀ ଜିଲ୍ଲାରେ ଜଳ ନିଷ୍କାସନ ନହେବା କାରଣରୁ ବହୁ ଚାଷୀଙ୍କୁ ସେମାନଙ୍କ ଫସଲ ହରାଇବାକୁ ପଡିଥାଏ । ଏହାର ସମାଧାନ ପାଇଁ ରାଜ୍ୟ ସରକାର 22 ଶହ କୋଟି ଟଙ୍କା ବ୍ୟୟରେ 9ଟି ଜିଲ୍ଲାରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିବା କୁହାଯାଇଛି। ଡ୍ରେନେଜ ସମସ୍ୟା ପାଇଁ ସମସ୍ୟା ଭୋଗୁଥିବା ଚାଷୀ ଓ ଯାତାୟତରେ ସମସ୍ୟା ଭୋଗୁଥିବା ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଦୃଷ୍ଟି ଦେଇଥିବାରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ । ।

ଇଟିିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.