ETV Bharat / state

Tirtol MLA-Somalika Controversy: ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କଣ ମହିଳା ନୁହେଁ ?

author img

By

Published : Mar 4, 2023, 7:24 AM IST

Updated : Mar 4, 2023, 12:52 PM IST

ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଦାଶ । କହିଲେ ମୁଁ କ'ଣ ମହିଳା ନୁହେଁ ?

ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ନ୍ୟାୟ ମାଗିଲେ ସୋମାଲିକା

ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ସୋମାଲିକା ଦାଶ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲା ଦିନକୁ ଦିନ ଘନେଇବାର ଲାଗିଛି । ବାନ୍ଧବୀ ଅଭିଯୋଗ ଆଣିବାର ଏକ ମାସ ବିତିଗଲାଣି । ହେଲେ ଆଜି ଯାଏଁ ବିଧାୟକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି ପୋଲିସ । ଯେଉଁଥିପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ନ୍ୟାୟ ମାଗିଛନ୍ତି ସୋମାଲିକା ଦାଶ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ''ଆପଣ ସବୁବେଳେ ମହିଳା ସଶକ୍ତିକରଣ ସପକ୍ଷରେ କହି ଆସିଛନ୍ତି । ମୁଁ କ'ଣ ଜଣେ ମହିଳା ନୁହେଁ କି ? ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ଜାମିନ ବିହୀନ ଅପରାଧର ଅଭିଯୋଗ ଦାଖଲ କରିବା ପରଠୁ ମୁଁ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିଆସୁଛି ।'' ସୋମାଲିକାଙ୍କ ଏହି ଟ୍ବିଟ୍ ପରେ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ଟ୍ବିଟ୍ କରିବା ପରେ ସୋମାଲିକା ‘ଇଟିଭି ଭାରତ’କୁ କହିଛନ୍ତି ଯେ, ବିଜୟ ଶଙ୍କର ଦାସ ଶାସକ ଦଳର ବିଧାୟକ ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଥରୁଟିଏ ବି ପଚରାଉଚାର କରିବାର ସାହସ ଜୁଟାଇ ପାରିନାହିଁ । ପ୍ରଥମେ ଜଗତସିଂହପୁର ପୋଲିସ ଏହି ଘଟଣାକୁ ନେଇ ଏତଲା ରଖିନଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ନାଁରେ ଦିନ ଗଡ଼ାଇ ଚାଲୁଛି । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି । ନ୍ୟାୟ ପାଇଁ ମୁଁ ମରି ମରି ବଞ୍ଚିଛି । ସରକାରଙ୍କ ଇଏ କି ପ୍ରକାର ନ୍ୟାୟ ବୋଲି ସୋମାଲିକା କହିଛନ୍ତି ।

ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଏ ସମ୍ପର୍କରେ ମଧ୍ୟ ତାଙ୍କୁ କିଛି ଜଣାଇ ନାହିଁ । ତାହାହେଲେ ଗୃହ ବିଭାଗ କ'ଣ ଶାସକ ଦଳର ବିଧାୟକଙ୍କ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ''ଜଣେ ମହିଳା ହୋଇ ମୁଁ ପ୍ରତି ମୁହୂର୍ତ୍ତର ସଂଘର୍ଷ କରୁଛି । ମୋତେ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡିଛି । ମେଡ଼ିକାଲ ଟେଷ୍ଟ ଠାରୁ ଆରମ୍ଭ କରି ଦିନ ଦିନ ଧରି ମୋତେ ବିଭିନ୍ନ ପ୍ରଶ୍ନ ପଚରା ଯାଇଛି ।'' କିନ୍ତୁ ଯେଉଁ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ସେ ଖୁଲମଖୁଲା ବୁଲୁଥିବା କହିଛନ୍ତି ସୋମାଲିକା । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସୋମାଲିକା ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଛି । ଆଶା ଅଛି ନ୍ୟାୟ ପାଇବି ।

ସୂଚନାଯୋଗ୍ୟ, ଗତ ଫେବୃଆରୀ 3 ତାରିଖ ଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଜଗତସିଂହପୁର ଥାନାରେ ସାନି ଏତଲା ଦେଇଥିଲେ । ପରେ ପୋଲିସ ତାଙ୍କୁ ପ୍ରାୟ 8 ଘଣ୍ଟା ଧରି ପଚରାଉଚରା କରିବା ସହିତ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଡାକ୍ତରୀ ମାଇନା କରିଥିଲା । ତେବେ ଏତଲା ଦେବାର ଏକ ମାସ ବିତି ଯାଇଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୋମାଲିକା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Mar 4, 2023, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.