ETV Bharat / state

ବିଜୟ ଶଙ୍କରଙ୍କ ନାଁରେ ପୁଣି ଏତଲା, ଜଗତସିଂହପୁର ଥାନାର ଦ୍ବାରସ୍ଥ ହେଲେ ବାନ୍ଧବୀ ସୋମାଲିକା - complain against tirtol MLA

ବିଜୟ ଶଙ୍କର ଦାସଙ୍କ ନାଁରେ ଆଉ ଏକ ଏତଲା ଦେଲେ ସୋମାଲିକା ଦାଶ। ଜଗତସିଂହପୁର ଥାନା ଅଧିକାରୀଙ୍କୁ ଭେଟି ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା । ଅଧିକ ପଢନ୍ତୁ

ବିଜୟ ଶଙ୍କରଙ୍କ ନାଁରେ ପୁଣି ଏତଲା
ବିଜୟ ଶଙ୍କରଙ୍କ ନାଁରେ ପୁଣି ଏତଲା
author img

By ETV Bharat Odisha Team

Published : Oct 7, 2023, 9:40 PM IST

ବିଜୟ ଶଙ୍କରଙ୍କ ନାଁରେ ପୁଣି ଏତଲା

ଜଗତସିଂହପୁର: ପୁଣି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା ଦେଲେ ସୋମାଲିକା ଦାଶ । ଆଜି ସନ୍ଧ୍ୟାରେ ଜଗତସିଂହପୁର ଥାନା ଅଧିକାରୀଙ୍କୁ ଭେଟି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ନିକଟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବ ରେଜିଷ୍ଟ୍ରର ଅଫିସରେ ଆବେଦନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୁଣି ଥରେ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ସୋମାଲିକା ।

ବିଜୟ ଶଙ୍କରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ ନାମରେ ଆଜି ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, "ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ପୂର୍ବରୁ ତାଙ୍କସହ ବିଶ୍ବାସଘାତକତା କରିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏପରିକି ଏକାଧିକ ବାର ଗର୍ଭ ନଷ୍ଟ କରାଯାଇଛି ।"

ପୂର୍ବରୁ ବିଜୟ ଶଙ୍କରଙ୍କ ସହ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ ନିକଟରେ ଆବେଦନ କରିଥିଲେ ସୋମାଲିକା । ବିବାହ ପାଇଁ ନିର୍ଦ୍ଧାରିତ ଦିନରେ ବିଧାୟକ ବିଜୟ ଶଙ୍କର ନ ଆସିବାରୁ ସୋମାଲିକା ସେ ସମୟରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏତଲା କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନ କରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା । କୋର୍ଟଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତାକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏପରିକି ଜଗତସିଂହପୁର ପୋଲିସ ସୋମାଲିକାଙ୍କର ମେଡ଼ିକାଲ ପରୀକ୍ଷା ମଧ୍ୟ କରାଇଥିଲା ।

ଏହା ବି ପଢନ୍ତୁ...ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ସବରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କଲେ ସୋମାଲିକା

ଏହା ବି ପଢନ୍ତୁ...Tirtol MLA Marriage Controversy; ସୋମାଲିକା ଆପତ୍ତି କଲେ ଫସିିଯିବେ କି ବିଜୟ ଶଙ୍କର ? ଜାଣନ୍ତୁ କ'ଣ କହୁଛନ୍ତି ଆଇନଜୀବୀ

ତଦନ୍ତ ଚାଲିଥିବାବେଳେ ତିର୍ତ୍ତୋଲ ବିଧାୟକ କଟକ ସବ ରେଜିଷ୍ଟ୍ରରଙ୍କ ନିକଟରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ଆବେଦନ କରିବା ପରେ ଏହି ଘଟଣା ପୁଣି ତାଜା ହୋଇଛି। ବିଜୟ ଶଙ୍କରଙ୍କ ନାଁରେ ପୁଣି ଥରେ ଅଭିଯୋଗ କରିଛନ୍ତି ସୋମାଲିକା । "ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ମାମଲା ବିଚାରାଧୀନ ଥିବାବେଳେ ବିଧାୟକ ଅନ୍ୟଜଣେ ଯୁବତୀଙ୍କୁ ବିବାହ ପାଇଁ କିପରି ଆବେଦନ କରିଛନ୍ତି?" ବୋଲି ଅଭିଯୋଗ ପତ୍ର ମାଧ୍ୟମରେ ସେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଜଗତସିଂହପୁର ପୋଲିସକୁ ନିବେଦନ କରିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.