ଜଗତସିଂହପୁର: ବିକ୍ରି ହେଉନି ମାଟି ମୂର୍ତ୍ତି। ଯାହାକୁ ନେଇ ଚିନ୍ତାରେ କାରିଗର। କୋରୋନା ମହାମାରୀ ଯୋଗୁଁ ବେଶ ପ୍ରଭାବିତ ହୋଇଥିବା କହିଛନ୍ତି ମୂର୍ତ୍ତି କାରିଗର ।
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଏହି ସମୟରେ ମାଟି ମୂର୍ତ୍ତି ନିର୍ମାଣ କରୁଥିବା କାରିଗରଙ୍କୁ ସମୟ ନଥାଏ। ଜଗତସିଂହପୁର ସହରରେ ମୂର୍ତ୍ତି ତିଆରି କରି ଗୁଜୁରାଣ ମେଣ୍ଟାଉ ଥିବା କାରିଗରଙ୍କ ପାଇଁ ଏବେ ବଇରୀ ସାଜିଛି ମହାମାରୀ। ମୂର୍ତ୍ତି ତିଆରି ସରିଛି କିନ୍ତୁ କିଣିବାକୁ ଗ୍ରାହକ ନାହାଁନ୍ତି। ଜିଲ୍ଲାରେ ପ୍ରାୟ 10 ହଜାରରୁ ଅଧିକ ଲୋକେ ବିଭିନ୍ନ ପର୍ଵପର୍ବାଣୀରେ ମାଟି ମୂର୍ତ୍ତି ତିଆରି କରି ପରିବାର ଭରଣ ପୋଷଣ କରନ୍ତି।
ବିଶେଷ କରି ଭାଦ୍ରବ ମାସ ଆରମ୍ଭରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇ କାର୍ତ୍ତିକ ମାସ ପର୍ଯନ୍ତ ଚାଲେ। କିନ୍ତୁ ଗତବର୍ଷ ଠାରୁ ଏହି କାର୍ଯ୍ୟ କରୁଥିବା କାରିଗର ମାନେ ଏବେ ହାତବାନ୍ଧି ବସିଛନ୍ତି। ବଜାରରେ ମୂର୍ତ୍ତି ନେଇ ବିକ୍ରି ପାଇଁ ବସୁଥିଲେ ମଧ୍ୟ ଆସୁନାହିାଁନ୍ତି ଗ୍ରାହକ ଯାହାକୁ ନେଇ ମୂର୍ତ୍ତି କାରିଗରଙ୍କ ଚିନ୍ତା ବଢିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ