ଜଗତସିଂହପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ଜଗତସିଂହପୁର ଇଷ୍ଟଦେବୀ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ପୀଠରେ ଆଜିଠାରୁ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଛି । ଆଜି ପ୍ରତ୍ୟୁଷରୁ ଦେବୀ ଉତ୍ଥାପନ ନୀତି ପରେ ସହସ୍ର କୁମ୍ଭାଭିଷେକ ନୀତି ସମ୍ପର୍ଣ୍ଣ କରାଯାଇଥିଲା ।
ପ୍ରତ୍ୟୁଷରୁ ଦେବୀ ଉତ୍ଥାପନ ନୀତି ପରେ ସହସ୍ର କୁମ୍ଭାଭିଷେକ ନୀତି ସମ୍ପର୍ଣ୍ଣ କରାଯାଇ ବିଭିନ୍ନ ସୁବାସିତ ଦ୍ରବ୍ୟରେ ମା' ଙ୍କୁ ସ୍ନାନ କରାଯାଇଥିଲା । ଆଜିଠାରୁ ଦଶହରା ପର୍ଯ୍ୟନ୍ତ ଏହିନୀତି ଅନୁଷ୍ଠିତ ହେବ । ରାଧାଷ୍ଟମୀ ଠାରୁ ଦେବୀ ଶୟନ ନୀତି କରାଯାଇ ମୂଳାଷ୍ଟମୀରେ ଶେଷ ହୋଇଥାଏ, ପରେ ଦେବୀ ଉତ୍ଥାପନ କରାଯାଇ ଷୋହଳ ଦିନ ଧରି ବିଭିନ୍ନ ବେଶ ଓ ପୂଜା ବିଭିନ୍ନ ଶକ୍ତି ପୀଠରେ ଅନୁଷ୍ଠିତ ହୋଇଥାଏ । ଯାହାକୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ ।
ଏହା ମଧ୍ୟ ପଢନ୍ତୁ-ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ
ସକାଳୁ ସକାଳୁ ଶାରଳାଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସହସ୍ରକୁମ୍ଭାଭିଷେକ ପରେ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ସହିତ ମା' ଶାରଳାଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଛି। ଆସନ୍ତା ମହା ନବମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବା ସହ ବିଭିନ୍ନ ବେଶରେ ମା' ଙ୍କୁ ସଜ୍ଜିତ କରାଯିବ । ତେବେ କୋଭିଡ କଟକଣା ଯୋଗୁଁ ବିଗତ ୨ ବର୍ଷ ହେବ ଭକ୍ତକୁ ମା' ଶାରଳାଙ୍କ ପୀଠ ବାରଣ କରାଯାଇଥିଲା । ଆଜି ମା'ଙ୍କ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଥିବାରୁ ଭକ୍ତ ମାନେ ମନ୍ଦିରରେ ଧାଡିରେ ଛିଡା ହୋଇ ଦର୍ଶନ କରିଥିଲେ ।