ଜଗତସିଂହପୁର: ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳକୁ ଏହି ସପ୍ତାହ ଠାରୁ ସପ୍ତାହାନ୍ତ ସଟଡାଉନ କରାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି(ଶୁକ୍ରବାର) ଏସମ୍ପର୍କରେ ଜିଲ୍ଲାର ସମସ୍ତ ବଜାର କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।
କୋରୋନାର ଦ୍ୱିତୀୟ ଲହର ପରିଲକ୍ଷିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ସତର୍କ ହୋଇଛି । ରାହାମା ବଜାର, କୁଜଙ୍ଗ, ବାଲିକୁଦା ବଜାର ଓ ଏରସମା ବଜାର ଅଞ୍ଚଳରେ ଶନିବାର ଠାରୁ ସକାଳ 5ଟା ରୁ ଦିନ 2ଟା ପର୍ଯନ୍ତ ଦୋକାନ ବଜାର ଖୋଲା ରହିବ । ସେହିଭଳି କୁଜଙ୍ଗ ସାପ୍ତାହିକ ହାଟକୁ ଶନିବାର ବଦଳରେ ଶୁକ୍ରବାର କରିବାକୁ ନିଷ୍ପତି ନିଆଯାଇଛି । ସେହିଭଳି ଜଗତସିଂହପୁର ସହରରେ ଆସନ୍ତା ସପ୍ତାହ ଠାରୁ ସମସ୍ତ ଦୋକାନ ବଜାର ସକାଳ 7ଟା ରୁ ଅପରାହ୍ନ ୪ଟା ପର୍ଯନ୍ତ ଖୋଲା ରହିବ । ଦୋକାନୀଙ୍କ ସହ ଗ୍ରାହକମାନେ କିପରି ସବୁବେଳେ ମାସ୍କ ପିନ୍ଧିବେ ସେନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ସପ୍ତାହାନ୍ତରେ ସଟ୍ ଡାଉନ କେବଳ ସହରାଞ୍ଚଳ ସମେତ ରଘୁନାଥ ପୁର, ରାହାମା, କୁଜଙ୍ଗ ପାରାଦ୍ୱୀପ ପାଇଁ ଲାଗୁ ହୋଇ ଥିବାବେଳେ ଏହି ସପ୍ତାହରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ 144 ଲାଗୁ କରାଯିବାକୁ ନିଷ୍ପତି ନିଆଯାଇଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ