ETV Bharat / state

ଆସୁଛନ୍ତି ରାଷ୍ଟ୍ରପତି: ସ୍ଥାନାନ୍ତର ହେବ ପାରାଦ୍ୱୀପ ବସଷ୍ଟାଣ୍ଡ, ସୁରକ୍ଷା ବଳୟରେ ସମ୍ବଲପୁର

President Visit: ଆସନ୍ତା 27 ତାରିଖ ପାରାଦ୍ବୀପ ପୋର୍ଟ ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସେହିପରି ସମ୍ବଲପୁର ଗସ୍ତ କରି ମା' ସମଲେଶ୍ବରୀଙ୍କ ଦର୍ଶନ କରିବାର ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

president visit to paradeep and sambalpur
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି
author img

By ETV Bharat Odisha Team

Published : Nov 18, 2023, 8:14 PM IST

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି

ଜଗତସିଂହପୁର/ସମ୍ବଲପୁର: ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ଆସନ୍ତା 27 ତାରିଖ ପାରାଦ୍ୱୀପ ଗସ୍ତ କରି ପାରାଦ୍ବୀପ ପୋର୍ଟ ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରରୁପେ ସମ୍ପନ୍ନ କରାଯିବା ପାଇଁ ପାରାଦ୍ୱୀପରେ ଘନଘନ ବୈଠକ ଅନୁଷ୍ଠିତ ହେଉଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ୱୀପ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରାଯାଇଛି ।

ଆସନ୍ତା 27 ତାରିଖ ସକାଳେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ସକାଳ ୧୦ଟା ସମୟରେ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବସଷ୍ଟାଣ୍ଡକୁ 23 ତାରିଖ ଶୁକ୍ରବାର ଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାରାଦ୍ବୀପ ବସଷ୍ଟାଣ୍ଡ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଉଠାଇ ନିଆଯିବ । କଟକ ଓ ଚଣ୍ଡିଖୋଲରୁ ଆସୁଥିବା ବସ ଗୁଡିକ ମଧୁବନ ଶ୍ରମିକ ଭବନ ନିକଟରେ ରହିବାକୁ ସ୍ଥିରୀକୃତ ହୋଇଛି । ଫଳରେ ନଭେମ୍ବର 23 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଗୁଡିକ ଏଠାରେ ରହଣୀ କରିବ ଓ ବସ ଗୁଡିକ ଏହିଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବେ ।

ଏଥିରେ ସମସ୍ତ ଯାତ୍ରୀ ସହଯୋଗ କରିବା ପାଇଁ ପାରାଦ୍ୱୀପ ବସ ମାଲିକ ସଂଘ ନିବେଦନ କରିଛି । ସେହିପରି ପାରାଦ୍ୱୀପକୁ ଚଳାଚଳ କରୁଥିବା ଭାରିଯାନ ଗୁଡିକ 26 ତାରିଖରୁ ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯିବାକୁ ନିଷ୍ପତ୍ତି ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ନଉପୁଜେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ...ଆସନ୍ତା ୨୦ରେ ଆସୁଛନ୍ତି ରାଷ୍ଟ୍ରପତି, ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି

ସେହିପରି ଆସନ୍ତା 21 ଓ 22 ତାରିଖରେ ମହାମହିମ ରାଷ୍ଟ୍ରପତି 2 ଦିନିଆ ସମ୍ବଲପୁର ଗସ୍ତରେ ଆସିବାକୁ ଥିବାବେଳେ ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 21 ତାରିଖ ଅପରାହ୍ନରେ ବୁର୍ଲା ସ୍ଥିତ VSSUTର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ସନ୍ଧ୍ୟାରେ ମା' ସମଲେଶ୍ବରୀଙ୍କ ଦର୍ଶନ ପାଇଁ ସମଲେଶ୍ୱରୀ ପୀଠକୁ ଯିବେ । 22 ତାରିଖ ସକାଳ 9 ଟାରେ ଶାସନ ସ୍ଥିତ ପାବନ ସରୋବରଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ 'ନୂତନ ଭାରତ ନୂତନ ଶିକ୍ଷା' କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

ମହାମହିମଙ୍କ କାର୍ଯ୍ୟକ୍ରମ ଥିବା ୩ ଟି ସ୍ଥାନକୁ ଏସପି ମୁକେଶ ଭାମୁ ଓ ଆଇଜି ଦୀପକ କୁମାର ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । 35 ପ୍ଲାଟୁନ ପୋଲିସ ଫୋର୍ସ , 150 ଜଣ ଅଫିସରଙ୍କ ସମେତ SPG ସୁରକ୍ଷା ଦ୍ବାୟିତ୍ବରେ ରହିବେ । ରାଷ୍ଟ୍ରପତିଙ୍କ କାରକେଡ଼ ଯିବା ସମୟରେ ସେହି ରାସ୍ତାକୁ ବନ୍ଦ କରି ଦିଆଯିବ ବୋଲି ସୂଚନା ଦିଆଯାଇଛି l

ଇଟିଭି ଭାରତ, ଜଗତସିଂହପୁର/ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.