ETV Bharat / state

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର - 1 dead 4 critically injured in accident

ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଗୋଟିଏ ପରିବାରର 3 ଜଣ ଗୁରୁତର ସହ ଜଣେ ନାବାଳକର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର

author img

By

Published : Feb 3, 2021, 1:52 PM IST

ଜଗତସିଂହପୁର: କଟକ-ପାରାଦ୍ବୀପ ରାସ୍ତା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର 3 ଜଣ ଗୁରୁତର ହୋଇଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରରେ ଏରସମାର ଏକ ପରିବାର କଟକରୁ ନିଜ ଗାଁକୁ ଫେରିବା ସମୟରେ ରଘୁନାଥ ପୁର ଥାନା କୂଳସାହି ଖଣ୍ଡତିରି ନିକଟରେ ରାସ୍ତା କଡରେ ଥୁଆ ହୋଇଥିବା ଏକ ବୋଲରକୁ ଧକ୍କା ଦେଇଥିଲା। ଫଳରେ ବୋଲରଟି ରାସ୍ତା କଡ଼କୁ ଛିଟିକି ପଡି ଭାଙ୍ଗି ରୁଜିଯାଇଥିଲା।

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, 4 ଗୁରୁତର

ଗାଡି ଭିତରେ ଥିବା ବାପା, ମା, ଝିଅ ଗୁରୁତର ହେବା ସହ ଘଟଣାସ୍ଥଳରେ ହିଁ 8 ବର୍ଷର ନାବାଳକର ମୃତ୍ୟୁ ହୋଇଥିଲା। ପ୍ରଥମେ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.