ETV Bharat / state

ଗୋରଖନାଥ ପୀଠର ଯଜ୍ଞ ଉପରେ ଲାଗିଲା ରୋକ, ମନ୍ଦିରରେ ଧାରା 144

author img

By

Published : Apr 24, 2020, 5:53 PM IST

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଗୋରଖନାଥଙ୍କ ମନ୍ଦିରରେ ଆସନ୍ତା 26ରୁ ଆରମ୍ଭ ହେବାକୁ ଥିବା ଅକ୍ଷୟ ତୃତୀୟା, ସାମ୍ବଛାରିକ ପୂଜାର୍ଚ୍ଚନା ଏବଂ ଯଜ୍ଞ ଉପରେ ଲାଗିଲା ରୋକ । ମନ୍ଦିରରେ ଧାରା 144 । ଅଧିକ ପଢନ୍ତୁ...

ଗୋରଖନାଥ ପୀଠର ଯଜ୍ଞ ଉପରେ ଲାଗିଲା ରୋକ, ମନ୍ଦିରରେ ଧାରା 144
ଗୋରଖନାଥ ପୀଠର ଯଜ୍ଞ ଉପରେ ଲାଗିଲା ରୋକ, ମନ୍ଦିରରେ ଧାରା 144

ଜଗତସିଂହପୁର: ଜିଲ୍ଲାର ପ୍ରସିଦ୍ଧ ପୀଠ ଗୋରଖନାଥଙ୍କ ମନ୍ଦିରରେ ଆସନ୍ତା 26ରୁ ଆରମ୍ଭ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ସାମ୍ବଛାରିକ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଏହାସହ ମନ୍ଦିର ପରିସରରେ ଏପ୍ରିଲ 26ରୁ ମେ 3 ପର୍ଯନ୍ତ 144 ଧାରା ଲାଗୁ ପାଇଁ କରାଯାଇଛି ଘୋଷଣା । ମନ୍ଦିରରେ ପୂଜକଙ୍କୁ ମିଶାଇ 4 ଜଣଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟକ୍ତି ମନ୍ଦିର ପରିସରରେ ରହି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ତେବେ କଟକଣା ଲଗାଯାଇଥିବା ସମୟ ମଧ୍ୟରେ ଜନସାଧାରଣଙ୍କୁ ମନ୍ଦିର ପରିସରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପୋଲିସ ପ୍ରସସନ ପକ୍ଷରୁ ମନ୍ଦିରର ସମସ୍ତ ରାସ୍ତାକୁ ସିଲ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆଯାଇଛି ।

ତେବେ ନିୟମର ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସତର୍କ କରାଇ ଦେଇଛି । କୋରୋନାର ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ଥିବା ଜିଲ୍ଲାପାଳ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.