ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ଏହା ସହିତ ସୁତାକଳର ସମସ୍ତ ଯନ୍ତ୍ରାଂଶ, ୧୫ ଏକର ୧୨ ଡିସିମିଲ ଜାଗା ସମେତ ସମସ୍ତ କୋଠାବାଡିକୁ ଜବତ କରାଯାଇ ସିଲ କରି ଦିଆଯାଇଛି ।
ଗତ ଜୁନ ୨୨ ତାରିଖରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଶାରଳା ସୂତାକଳ ସମ୍ମୁଖରେ ନୋଟିସ ଲଗାଯାଇଥିଲା । ତେବେ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ମିଲ ନିକଟରେ ପହଁଞ୍ଚି ମିଲକୁ ସିଜ୍ କରିବା ସହିତ ନିଜ ଅକ୍ତିଆରକୁ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ସାରଳା ସୁତା ମିଲ ପୁନରୁଦ୍ଧାର ପାଇଁ ୧୯୯୯ ମସିହାରେ ଷ୍ଟେଟବ୍ୟାଙ୍କରୁ ଋଣ ଆଣା ଯାଇଥିଲା, ବର୍ତ୍ତମାନ ଋଣ ଭାର 4 କୋଟି 74 ଲକ୍ଷ ୮୬୫ ଟଙ୍କା ରହିଛି । ଏହା ପରିଶୋଧ ନହେବାରୁ ବ୍ୟାଙ୍କ ସୂତା ମିଲକୁ ଜବତ ଦର୍ଶାଇ ନିଜ ଅକ୍ତିଆରକୁ ନେଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଜଗତସିଂହପୁର