ETV Bharat / state

ସଂକ୍ରମଣ ପାଇଁ ଦର୍ଶନ ମନା: ଆଜିଠାରୁ ୨ ପର୍ଯ୍ୟନ୍ତ ଶାରଳା-ଗୋରେଖନାଥ ମନ୍ଦିର ବନ୍ଦ

ମାଡୁଛି ଓମିକ୍ରନ ବଢୁଛି ଭୟ । ଜଗତସିଂହପୁରର ଇଷ୍ଟଦେବୀ ମା ଶାରଳାଙ୍କ ମନ୍ଦିରରେ ଶୁକ୍ରବାର ଦିନ ରାତିରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ସର୍ଵ ସାଧାରଣ ଦର୍ଶନ ବନ୍ଦ ରଖିଛି ମନ୍ଦିର ପ୍ରଶାସନ। ଅଧିକ ପଢନ୍ତୁ

ସଂକ୍ରମଣ ପାଇଁ ଦର୍ଶନ ମନା : ଆଜିଠାରୁ 2 ପର୍ଯ୍ୟନ୍ତ ଶାରଳା-ଗୋରେଖନାଥ ମନ୍ଦିର ବନ୍ଦ

author img

By

Published : Dec 31, 2021, 10:30 PM IST

ଜଗତସିଂହପୁର: ମାଡୁଛି ଓମିକ୍ରନ ବଢୁଛି ଭୟ । ଏନେଇ ବିଭିନ୍ନ ଦେବାଳୟ ଓ ପର୍ଯ୍ୟଟନସ୍ଥଳରେ ଏକାଠି ହେବାକୁ ବାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଜଗତସିଂହପୁରର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଶୁକ୍ରବାର ରାତିରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖିଛି ମନ୍ଦିର ପ୍ରଶାସନ। ଇଂରାଜୀ ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । ନୂଆବର୍ଷ ଦିନ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି।

ସଂକ୍ରମଣ ପାଇଁ ଦର୍ଶନ ମନା : ଆଜିଠାରୁ 2 ପର୍ଯ୍ୟନ୍ତ ଶାରଳା-ଗୋରେଖନାଥ ମନ୍ଦିର ବନ୍ଦ

ତେଣୁ ପ୍ରଶାସନ ଆଜି(ଶୁକ୍ରବାର) ମଧ୍ୟରାତ୍ରରୁ ମନ୍ଦିର ପରିସରରେ 144 ବଳବତ୍ତର ମଧ୍ୟ ରହିଛି । ଏହାସହ ମନ୍ଦିରରେ ମାଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଶାରଳା ମନ୍ଦିରକୁ ଯୋଡ଼ୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଦିଆଯିବା ସହ ପୋଲିସ ମୁତୟନ କରାଯାଇଛି । ସେହିଭଳି ଗୋରେଖନାଥ ମନ୍ଦିରକୁ ମଧ୍ୟ ଆଜି (ଶୁକ୍ରବାର)ଠାରୁ ବନ୍ଦ ରଖାଯାଇଛି । ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ନୀତିକାନ୍ତିକୁ ସ୍ୱାଭାବିକ କରାଯିବା ସହ ପାଳିଆ ସେବକଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.