ଜଗତସିଂହପୁର : ପ୍ରତୀକ୍ଷାର ଘଟିବାକୁ ଯାଉଛି ଅନ୍ତ । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ଶାରଳା ଓ ପ୍ରଭୁ ଗୋରେଖନାଥଙ୍କ ମନ୍ଦିର ଖୋଲିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇସାରିଛି । ଆସନ୍ତା ଜାନୁୟାରୀ 3 ତାରିଖ ଠାରୁ ମନ୍ଦିର ଖୋଲାଯିବ । ପ୍ରତ୍ୟେକ ଦିନ ସକାଳ 8ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ । 65 ବର୍ଷରୁ ଅଧିକ ଓ 10 ବର୍ଷରୁ କମ ବୟସର ପିଲାମାନଙ୍କୁ ଦର୍ଶନର ଅନୁମତି ଦିଆଯିବ ନାହିଁ । ପ୍ରତ୍ୟେକ ସେବାୟତଙ୍କ ପାଇଁ ଏହି ନିୟମ ମଧ୍ୟ ଲାଗୁ ହେବ ।
ପ୍ରତ୍ୟକ ଦର୍ଶନାର୍ଥୀଙ୍କ ଥର୍ମାଲ ସ୍କ୍ରିଂନି ଓ ମନ୍ଦିର ପ୍ରବେଶ ସମୟରେ ମାସ୍କ ଓ ସାନିଟାଇଜ ବାଧ୍ୟତାମୂଳକ ହେବ । ପ୍ରତ୍ୟେକ ଦର୍ଶନାର୍ଥୀ ଦର୍ଶନ ପୂର୍ବରୁ ପରିଚିତ ପତ୍ର ଓ ବୟସ ପ୍ରମାଣ ପତ୍ର ଦେଖାଇବାକୁ ହେବ । ଜିଲ୍ଲା ବାହାର ଦଶନାର୍ଥୀଙ୍କୁ 5 ଦିନ ମଧ୍ୟର କୋଭିଡ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡିବ । ପ୍ରତ୍ୟେକ ସେବାୟତମାନେ ଦୁଇ ସପ୍ତାହରେ ଥରେ କୋଭିଡ ଟେଷ୍ଟ କରାଇବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିରର ଗୋଟିଏ ଦ୍ଵାରରେ ପ୍ରବେଶ ଓ ଅନ୍ୟ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ