ETV Bharat / state

ଢ଼ିଙ୍କିଆ ଗସ୍ତରେ ଆସୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳକୁ ବିରୋଧ - ଜଗତସିଂହପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦଳକୁ ବିରୋଧ

ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ଦଳକୁ ଗ୍ରାମବାସୀଙ୍କ ବିରୋଧ । ଢ଼ିଙ୍କିଆ ଗସ୍ତରେ ଆସୁଥିବା ବେଳେ କୁଜଙ୍ଗ ନିକଟରେ ଅଟକାଇବା ସହ ଢ଼ିଙ୍କିଆକୁ ଛାଡି ନଥିଲେ । ଅଧିକ ପଢନ୍ତୁ

9 ଜଣିଆ ସଂଯୁକ୍ତ କିଷାନ ମୋର୍ଚ୍ଚା ଦଳକୁ ବିରୋଧ
ଢ଼ିଙ୍କିଆ ଗ୍ରସ୍ତରେ ଯାଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳକୁ ବିରୋଧ
author img

By

Published : Jan 16, 2022, 7:36 AM IST

ଜଗତସିଂହପୁର: ସଂଯୁକ୍ତ କିଷାନ ମୋର୍ଚ୍ଚାର 9 ଜଣିଆ ପ୍ରତିନିଧି ଦଳକୁ ଗ୍ରାମବାସୀଙ୍କ ବିରୋଧ । ଢ଼ିଙ୍କିଆ ଗ୍ରସ୍ତରେ ଆସୁଥିବା ବେଳେ କୁଜଙ୍ଗ ନିକଟରେ ଅଟକାଇବା ସହ ଢ଼ିଙ୍କିଆକୁ ଛାଡି ନଥିଲେ । ଏହି ପ୍ରତିନିଧି ଦଳକୁ ଜୋରଦାର ବିରୋଧ କରିଥିଲେ ଗ୍ରାମବାସୀ। ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚାର 9 ଜଣିଆ ପ୍ରତିନିଧି ଦଳ ଢ଼ିଙ୍କିଆ ଗସ୍ତରେ ଆସୁଥିବା ବେଳେ କୁଜଙ୍ଗର ତ୍ରିଲୋଚନପୁର ଠାରେ ଗ୍ରାମବାସୀ ତାଙ୍କୁ ଅଟକାଇବା ସହ ଢ଼ିଙ୍କିଆକୁ ଛାଡି ନଥିଲେ।

ଢ଼ିଙ୍କିଆ ଗ୍ରସ୍ତରେ ଯାଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଦଳକୁ ବିରୋଧ

ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେତେକ ନେତା ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେବା ସହ ଢ଼ିଙ୍କିଆ ଗ୍ରାମବାସୀଙ୍କୁ ଉସୁକାଇ ଥିଲେ। ଫଳରେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଣୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ଢ଼ିଙ୍କିଆ ନ ଯାଇ ଫେରିଯିବାକୁ ଲୋକେ ଅଡ଼ି ବସିଥିଲେ। ଫଳରେ ତ୍ରିଲୋଚନ ପୁର ପାଖରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ଦଳ ଫେରି ଆସିଥିଲେ। ଏ ସମ୍ପର୍କ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ JSWର କେତେକ ଲୋକେ ସେମାନଙ୍କୁ ଢ଼ିଙ୍କିଆକୁ ଛାଡିଲେ ନାହିଁ । କିନ୍ତୁ ଢ଼ିଙ୍କିଆ ବାସୀଙ୍କ ସହ ସଂଯୁକ୍ତ କିଷାନ ମୋର୍ଚ୍ଚା ରହିଥିବା ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ଚିନ୍ତାରେ ପରିବାର, ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

ସୂଚନାଥାଉକି, ଜଗତସିଂହପୁରରେ ଢିଙ୍କିଆରେ ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏରସମା ବ୍ଲକ ଅନ୍ତର୍ଗତ JSW ପ୍ରସ୍ତାବିତ ଅଞ୍ଚଳ ଢ଼ିଙ୍କିଆରେ ଗତକାଲି ହୋଇଥିବା ପୋଲିସର କାର୍ଯ୍ୟାନୁଷ୍ଠାନ କରିଥିଲା । ଏହାପରେ ସେଠାରେ ଅଶାନ୍ତର ବାତାବରଣ ଖେଳିଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.